ବିବାହ ବନ୍ଧନରେ ବାନ୍ଧି ହେଲେ ରାଜକୁମାର ଓ ପତ୍ରଲେଖା

ମୁମ୍ବାଇ, (ନାଗରାଜ ନ୍ୟୁଜ): ବଲିଉଡ ଅଭିନେତା ରାଜକୁମାର ରାଓଙ୍କ ଜୀବନସାଥୀ ହେଲେ ପତ୍ରଲେଖା । ଶେଷରେ ୧୧ ବର୍ଷର ପ୍ରେମ ପରେ ହୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତକାଲି ପରିବାରର କିଛି ସଦସ୍ୟ ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ଚଣ୍ଡିଗଡ଼ରେ ବିବାହ କରି । ଦୁହିଁଙ୍କ ବିବାହ ସମୟର କିଛି ଫଟୋ ଭାଇରାଲ ହୋଇଛି । ଯେଉଁଥିରେ ପତ୍ରଲେଖା ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ଦେଖାଯାଇଛି। ଦୁହେଁ ନିଜ ନିଜ ଇନଷ୍ଟାଗ୍ରାମରେ ବିବାହର ଫଟୋ ସେୟାର କରିଛନ୍ତି । ବିବାହ ସମୟର ଫଟୋ ରାଜକୁମାର ସେୟାର କରି ଲେଖିଛନ୍ତି “ଶେଷରେ ୧୧ ବର୍ଷର ପ୍ରେମ ପରେ ଆମେ ଦୁହେଁ ବିବାହ କରିଛୁ । ଉଲ୍ଲେଖଯୋଗ୍ୟ, ୨୦୧୪ରେ ରିଲିଜ ହୋଇଥିବା ଫିଲ୍ମ ସିଟି ଲାଇଟସରେ ଦୁହେଁ ଅଭିନୟ କରିଥିବା ବେଳେ ଏହି ଫିଲ୍ମ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା ।

Leave a Reply

Your email address will not be published.