ଅର୍ଥନୀତିର ସୁଧାର ନିମନ୍ତେ ମାସିକ କିସ୍ତିରେ ରାଜ୍ୟ ପାଇବେ ୯୫ ହଜାର ୮୨ କୋଟି ଟଙ୍କା: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ ): କରୋନ ମହାମାରୀ ପରବର୍ତ୍ତି ଅର୍ଥନୀତିରେ ସୁଧାର ନିମନ୍ତେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତାରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ/ଅର୍ଥ ମନ୍ତ୍ରୀମାନଙ୍କୁ ନେଇ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାର ଦେବେ ୯୫ ହଜାର ୮୨ କୋଟି ଟଙ୍କା ପାଇବେ । ନଭେମ୍ବର ୨୨ରେ ମାସିକ କିସ୍ତି ଭାବେ ରାଜ୍ୟଗୁଡ଼ିକୁ ୪୭ ହଜାର ୫୪୧ କୋଟି ଟଙ୍କା ଦିଆଯିବାର ବ୍ୟବସ୍ଥା ଥିଲା । ସେହି ଟଙ୍କାକୁ ଦ୍ୱିଗୁଣିତ କରି ରାଜ୍ୟଗୁଡ଼ିକୁ ଦେବା ପାଇଁ ଅର୍ଥ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଗତକାଲି ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ନେଇ ହୋଇଥିବା ବୈଠକ ପରେ ଏହା କହିଛନ୍ତି ନିର୍ମଳା ସୀତାରମଣ । ଅର୍ଥ ମନ୍ତ୍ରୀ କହିଛନ୍ତିଯେ, ମୁଖ୍ୟମନ୍ତ୍ରୀମାନଙ୍କ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛି । କେନ୍ଦ୍ରୀୟ ଟିକସ ଭାଗ ସ୍ୱରୂପ ଦେଶରେ କୋଭିଡ ମହାମାରୀ ସ୍ଥିତି ସୁଧୁରୁଥିବା ବେଳେ ନିବେଶ, ଭିତ୍ତିଭୂମି ଏବଂ ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି ଅର୍ଥମନ୍ତ୍ରୀ । ଏହାସହ ପେଟ୍ରୋଲ ଓ ଡିଜେଲ ଦାମ କମିଲେ କେନ୍ଦ୍ର ସରକାର ଏଥିରେ ହେଉଥିବା କ୍ଷତି ବହନ କରିବେ ବୋଲି କହିଛନ୍ତି ନିର୍ମଳା ସୀତାରମଣ । ମହାମାରୀର ଦ୍ୱିତୀୟ ଲହର ପରେ ଦେଶର ଅର୍ଥନୀତିରେ ବଡ ଧରଣର ସୁଧାର ଆସିଥିବା ସେ କହିଛନ୍ତି ।

Leave a Reply

Your email address will not be published.