ପିଜା ଓ ବର୍ଗର ଖାଉଛନ୍ତି କି ? ହୋଇଯାଆନ୍ତୁ ସତର୍କ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଯଦି ଆପଣ ବ୍ରେଡ, ପିଜା, ବର୍ଗର, ଆଳୁ ଚିପ୍ସ ସହିତ ଅନ୍ୟାନ୍ୟ ଜଙ୍କ୍ ଫୁଡ୍ ଖାଇବାକୁ ଭଲ ପାଆନ୍ତି । ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ କ୍ରମାଗତ ଭାବରେ ଜଙ୍କ୍ ଫୁଡ୍ ଖାଇବା ଆପଣଙ୍କ ପାଇଁ କ୍ଷତିକାରକ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଆମର ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ ଅନେକ ଖାଦ୍ୟରେ କର୍କିନୋଜେନିକ୍ ଏବଂ ମ୍ୟୁଟେଜେନ୍ ଭଳି କ୍ଷତିକାରକ ପଦାର୍ଥ ରହିଥାଏ । ଯାହା କର୍କଟ ଭଳି ରୋଗର ବିକାଶ କରିପାରିବ ।

ବାସ୍ତବରେ, ପିଜା, ବର୍ଗର ବ୍ୟବହାର ହେତୁ ରକ୍ତରେ ଗ୍ଲୁକୋଜର ସ୍ତର ହଠାତ୍ ବଢ଼ିଯାଏ, ଯେଉଁ କାରଣରୁ ଶରୀରରେ ଇନସୁଲିନ୍ ଅଧିକ ପରିମାଣରେ ତିଆରି ହୁଏ । ଏହି ଅସ୍ୱାଭାବିକ କର୍କଟ କୋଷଗୁଡ଼ିକ ଶରୀରରେ ବିକାଶ ଆରମ୍ଭ କରେ ଯାହା ଶରୀର ପାଇଁ କ୍ଷତିକାରକ ବୋଲି ବିବେଚନା କରାଯାଏ । ବର୍ଗର ଓ ପିଜା ଭଳି ଖାଦ୍ୟରେ କ୍ଷତିକାରକ ରାସାୟନିକ ପୋଟାସିୟମ୍ ମିଳିଥାଏ । ଏହି କାରଣରୁ ପିଜା ଓ ବର୍ଗର ନରମ ରହିଥାଏ । ଏହି ଖାଦ୍ୟର ଅତ୍ୟଧିକ ବ୍ୟବହାର ଦ୍ୱାରା କିଡନୀ, ଥାଇରଏଡ୍ ଏବଂ କୋଲୋନ୍ କର୍କଟ ଭଳି ରୋଗ ହେବାର ଆଶଙ୍କା ବଢ଼ିଥାଏ ।

Leave a Reply

Your email address will not be published.