ସଡକ ଦୁର୍ଘଟଣା, ୨ ମୃତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢ଼େଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କପିଳାସ – ଢ଼େଙ୍କାନାଳ ରାସ୍ତାର କାଇମାଟି ଛକ ନିକଟ ଶଙ୍ଖ ପୋଲିଆରେ ବାଇକ୍ ପିଟି ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ସଦର ଥାନା ସାରିଆପଡା ଗ୍ରାମର ସତ୍ୟରଞ୍ଜନ ଦଳେଇ ଓ ବିକାଶ କୁମାର ନାୟକ । ଗତ ବିଳମ୍ୱିତ ରାତିରେ ସେମାନେ କପିଳାସ ଆଡୁ ଢ଼େଙ୍କାନାଳ ଅଭିମୁଖେ ଆସୁଥିବା ବେଳେ ଶଙ୍କ ପୋଲିଆ ବଙ୍କାଣି ରାସ୍ତାରେ ଭାରସାମ୍ୟ ହରାଇ ବାଇକ୍ କୁ ପୋଲିଆରେ ପିଟିଥିଲେ । ଫଳରେ ବାଇକ୍ ସହ ଦୁଇ ଜଣ ପୋଲିଆ ତଳେ ପାଣିରେ ପଡିଯାଇଥିଲେ । ସକାଳୁ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଚିହ୍ନଟ କରାଯାଇଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଯାଇଛି ।

Leave a Reply

Your email address will not be published.