ଆଜିର ରାଶିଚକ୍ର

ଆଜିର ପଞ୍ଜିକା

ଅଦ୍ୟ ଅକ୍ଟୋବର ମାସ ୨୯ ତାରିଖ ୨୦୨୧ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୩
ସମ୍ବତ -୨୦୭୮
ସାଲ-୧୪୨୯
ସମ୍ବତ୍ସର-ରାକ୍ଷସ
କାର୍ତ୍ତିକ- କୃଷ୍ଣପକ୍ଷ
ତିଥି- ଅଷ୍ଟମୀ ଦିବା ଘ ୦୨/୦୫ ପର୍ଯ୍ୟନ୍ତ ତଦନ୍ତେ ନବମୀ
ନକ୍ଷତ୍ର- ପୁଷ୍ୟା ଦିବା ଘ୧୨/୧୬ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷା
ଚନ୍ଦ୍ର- କର୍କଟ
ଯୋଗ- ଶୁଭ
କରଣ – କୌଳବ
ସୌରମାସ- ତୁଳା ୧୨ ଦିନ
ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/୩୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୦୧
ଯୋଗିନୀ ଐଶାନ୍ୟେ ଦିବା ଘ ୦୨/୦୫ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେ
ବିଛା,ଧନୁ ଓ ମୀନ ରାଶିର ଘାତବାର
ଅଷ୍ଟମୀ ର ଏକୋଦିଷ୍ଟ ଶ୍ରାଦ୍ଧ
କାଳବେଳ ଓ ବାରବେଳ।- ଦିବା ଘ ୦୮/୪୦ ଗତେ ଘ୧୧/୩୫ ମଧ୍ୟେ
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୩୯ ମଧ୍ୟେ ଓ ଘ୦୭/୨୫ ଗତେ ଘ୦୮/୩୯ ମଧ୍ୟେ ଓ ଘ ୧୨/୧୫ ଗତେ ଘ୦୩/୨୫ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି
ଅଦ୍ୟ ନଡ଼ିଆ ଦିବା ଘ ୦୨/୦୫ ଗତେ ଲାଉ ଭକ୍ଷଣ ନିଷେଧ

ଆଜିର ରାଶିଚକ୍ର

ମେଷ:

ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।

ବୃଷ:

ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ମିଥୁନ:

ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

କର୍କଟ:

ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।

ସି˚ହ:

ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।

କନ୍ୟା:

ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।

ତୁଳା:

ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।

ବିଛା:

ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।

ଧନୁ:

ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।

ମକର:

ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ ।

କୁମ୍ଭ:

ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।

ମୀନ:

ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

Leave a Reply

Your email address will not be published.