‘ସେଣ୍ଟର ଫର ଆକ୍ସନ’ ତରଫରୁ ଶ୍ରୀମନ୍ଦିରକୁ ୩ଟି ହୁଇଲ ଚେୟାର ପ୍ରଦାନ

ପୁରୀ, (ନାଗରାଜ ନ୍ୟୁଜ): ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକମାନେ ଶ୍ରୀ ମନ୍ଦିର ବେଢ଼ାରେ ପରିକ୍ରମା କରିବା ଉଦ୍ଦେଶ୍ୟରେ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ସେଣ୍ଟର ଫର ଆକ୍ସନ ତରଫରୁ ୩ଟି ହୁଇଲ ଚେୟାର ପ୍ରଦାନ କରାଯାଇଛି । ଏହି ୩ଟି ହୁଇଲ ଚେୟାରକୁ ଲଷ୍ମୀଧର ନାୟକ, ସୁନୀଲ କୁମାର ବରାଳ ଓ ବିଜଇତା ରାୟ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ସେଣ୍ଟର ଫର ଆକ୍ସନକୁ ଦାନ କରିଥିଲେ । ଏହାର ଶୁଭାରମ୍ଭ ବେଳେ ଗୀତା ଓଲ୍ଡ ଏଜ ହୋମର ୩ଜଣ ବରିଷ୍ଠ ନାଗରିକ ଏହି ଚେୟାର ଉପରେ ବସି ମନ୍ଦିର ବେଢ଼ା ପରିକ୍ରମା କରିଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

ସିଂହ ଦୁଆର ସମ୍ମୁଖରେ ରାଧା ବଲ୍ୱାଭି ମଠ ନିକଟରେ ୩ଟି ହୁଇଲ ଚ୍ୟାୟାର ରଖାଯିବ । ଚେୟାର ଦାଇତ୍ୱରେ ଜଣେ କର୍ମଚାରୀ ରହିବେ । ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ଏଠାକୁ ଆସି ଚେୟାର ବସି ମନ୍ଦିର ପରିକ୍ରମା କରିବେ । ଆଜିର ଶୁଭାରମ୍ଭ ସମୟରେ ବରିଷ୍ଠ ସେବାୟତ ବିଶ୍ୱବାସୁ ବିନାୟକ ଦାସ ମହାପାତ୍ର, ମନ୍ଦିର ପ୍ରଶାସନ ଓଏସଡି ଶୁଭ୍ରାଂଶୁ ପାଢ଼ୀ, ସୁବେଦାର ଯୋଗେନ୍ଦ୍ର ଚନ୍ଦ୍ର ସ୍ୱାଇଁ ଓ ଡା. ଦିବ୍ୟ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published.