ମୁହଁରେ ବ୍ରଣର ସମସ୍ୟା ନେଇ ଚିନ୍ତିତ ଅଛନ୍ତିକି ? ଆପଣାନ୍ତୁ ଏହି ଜିନିଷ, ଦୂର ହୋଇଯିବ ସମସ୍ତ ସମସ୍ୟା

ଭୂବନେଶ୍ଵର, (ନାଗରାଜ ନ୍ୟୁଜ): ମୁହଁରେ ବ୍ରତର ସମସ୍ୟା ନେଇ ଚିନ୍ତିତ ଅଛନ୍ତିକି ? ତେବେ ଘିକୁଆଁରୀ ବ୍ୟବହାର କରନ୍ତୁ । ଘିକୁଆଁରୀରରେ ଆଣ୍ଟି-ଫଙ୍ଗଲ ଓ ଆଣ୍ଟି-ବ୍ୟାକ୍ଟେରିଆ ଭରପୂର ମାତ୍ରାରେ ରହିଛି । ମୁହଁ ପାଇଁ ବ୍ୟବହୃତ ଅନେକ ପ୍ରସାଧନ ସାମଗ୍ରୀରେ ଘିକୁଆଁରୀର ବ୍ୟବହାର କରାଯାଇଥାଏ । ବଜାରରେ ଘିକୁଆଁରୀର ଜେଲ ମିଳିଥାଏ। କିନ୍ତୁ ଘରେ ଘିକୁଆଁରୀ ଗଛ ଥି​‌ଲେ ତାହାକୁ ବ୍ୟବହାର କରି ଜେଲ ପ୍ରସ୍ତୁତ କରିପାରିବା ।

ଘିକୁଆଁରୀ ଜେଲ ପ୍ରସ୍ତୁତ କରିବା ପ୍ରଣାଳୀ :-

ଘିକୁଆଁରୀ ଗଛରୁ କିଛି ପତ୍ର ତୋଳି ନିଅନ୍ତୁ । ତାକୁ ଭଲ ଭାବେ ଧୋଇ ଦିଅନ୍ତୁ । ତାପରେ ପତ୍ରର ଏକ ପାଖରୁ କାଟି ଚୋପା ଛଡାଇ ଦିଅନ୍ତୁ । ଗୋଟିଏ ଚାମଚ ସାହାଯ୍ୟରେ ସେଥିରୁ ଜେଲ ବାହାର କରି ପାତ୍ରରେ ରଖନ୍ତୁ । ତାପରେ ସେଥିରେ ଭିଟାମିନ-ଇ କ୍ୟାପସୁଲ କିମ୍ବା ଭିଟାମିନ-ସି ତେଲ/ପାଉଡର ମିଶାନ୍ତୁ । ସୁଗନ୍ଧିତ ଜେଲ ପ୍ରସ୍ତୁତ କରିବା ପାଇଁ ସେଥିରେ ଗୋଲାପ ଜଳ ମିଶାଇ ପାରିବେ ।

ଘିକୁଆଁରୀର ଲାଭ :ଘିକୁଆଁରୀରେ ଆଣ୍ଟି-ମାଇକ୍ରୋବିୟଲ ଗୁଣ ରହିଛି। ଏହା ମୁହଁରୁ କଳା ଦାଗ ଦୂର କରିବା ସହ ଅନେକ ଲାଭଦାୟକ ହୋଇଥାଏ। ଏହା ବ୍ୟାକ୍ଟେରିଆ ଓ ଚର୍ମ ରୋଗ (ଫଙ୍ଗଲ ଇନଫେକସନ୍) ସମସ୍ୟାରୁ ଦୂରେଇ ରଖିଥାଏ ।

ଘିକୁଆଁରୀ ଚର୍ମକୁ ପୋଷଣ ପହଞ୍ଚାଇଥାଏ। ଏହା ମୁହଁ ପାଇଁ ଏକ ମଶ୍ଚରାଇଜର ପରି କାମ କରିଥାଏ। ସମସ୍ତେ ଏହାକୁ ବ୍ୟବହାର କରିପାରିବେ। ଏହା ବର୍ଷାଦିନେ ଏଲର୍ଜିରୁ ମଧ୍ୟ ରକ୍ଷା କରିଥାଏ ।

ମୁହଁରେ ଦାଗ ରହିଥିଲେ ଘିକୁଆଁରୀ ଜେଲକୁ ପ୍ରତ୍ୟେକ ଦିନ ଲଗାନ୍ତୁ । ଏହାକୁ ପ୍ରତିଦିନ ଲଗାଇବା ଦ୍ବାରା ଦାଗ ଦୂର ହୋଇଥାଏ ।

ଘିକୁଆଁରୀରେ ଆଣ୍ଟି-ଅକ୍ସାଇଡ୍ ଭରପୂର ରହିଛି। ଏହା ମୁହଁ ପାଇଁ ସର୍ବୋତ୍ତମ ଅଟେ ।

ଏହା ମୁହଁରେ ଲଗାଇବା ଦ୍ବାରା ମୃତ କୋଷ ଗୁଡିକୁ ବାହାର କରିବାରେ ସାହାଯ୍ୟ କରିଥାଏ । ମୃତ କୋଷ ବାହାରିବାରୁ ମୁହଁର ସୌନ୍ଦର୍ୟ୍ୟ ବଢିଥାଏ ।

Leave a Reply

Your email address will not be published.