ସକାଳୁ ଶୀଘ୍ର ଉଠିବା ପରେ ଖାଆନ୍ତୁ ନାହିଁ ଏହି ଜିନିଷ

ଭୁବନେଶ୍ୱର,(ନାଗରାଜ ନ୍ୟୁଜ): ଯଦି ସକାଳ ଆମର ଭଲରେ ଆରମ୍ଭ ହୁଏ । ତେବେ ପୁରା ଦିନ ଭଲରେ କଟେ । କିନ୍ତୁ ଯଦି ସକାଳର ଆରମ୍ଭ ଭଲରେ ହୁଏ ନାହିଁ । ତେବେ ପୁରା ଦିନ ଆମେ କ୍ଳାନ୍ତ ଅନୁଭବ କରିଥାଉ । ଏପରି ପରିସ୍ଥିତିରେ, ବେଳେବେଳେ ଦିନଟି ଅଦରକାରୀ ହୋଇଯାଏ । ଆପଣ ନିଶ୍ଚୟ ଦେଖିଥିବେଯେ, ଅନେକ ଲୋକ ସକାଳେ ରୁଟି, ବିସ୍କୁଟ, ଜୁସ୍ କିମ୍ବା ଭାତ ଖାଇବାକୁ ପସନ୍ଦ କରନ୍ତି । ସେମାନେ ଭାବନ୍ତିଯେ ଏହିସବୁ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ। କିନ୍ତୁ ସମସ୍ତ ଜିନିଷରେ ଅଧିକ ପରିମାଣର କାର୍ବୋହାଇଡ୍ରେଟ୍ ଥାଏ । ସେଗୁଡିକ ଖାଇବା ପରେ ଆମେ ଅଳସୁଆ ଅନୁଭବ କରିଥାଉ ।

ଆପଣ ସକାଳୁ ପୁଷ୍ଟିକର ପଦାର୍ଥରେ ଭରପୂର ଜିନିଷ ଖାଇବା ଉଚିତ୍ । ଏହା ଆପଣଙ୍କୁ ଦିନସାରା ଶକ୍ତି ପ୍ରଦାନ କରିଥାଏ । ଯେପରି ଫଳ, ଡ୍ରାଏ ଫ୍ଲୁଟ୍ସ, ସାଲାଡ ଏବଂ ପ୍ରୋଟିନଯୁକ୍ତ ଖାଦ୍ୟ କିନ୍ତୁ କାର୍ବସ୍ ଥିବା ଖାଦ୍ୟ ସକାଳ ଜଳଖିଆରେ ଖାଇବା ଉଚିତ୍ ନୁହେଁ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ କାର୍ବୋହାଇଡ୍ରେଟ୍ ସହିତ ଦିନ ଆରମ୍ଭ ହେବା ଉଚିତ୍ ନୁହେଁ । ବାସ୍ତବରେ, କାର୍ବୋହାଇଡ୍ରେଟ୍ ଇନସୁଲିନ୍ ସମ୍ବେଦନଶୀଳତାକୁ ହ୍ରାସ କରିଥାଏ । ଯାହା ପେଟର ଚର୍ବିକୁ ବଢ଼ାଇଥାଏ । ଆମେ ଅସୁସ୍ଥ ଏବଂ କ୍ଳାନ୍ତ ଅନୁଭବ କରୁ । କାର୍ବସ୍ ଖାଇବା ମଧ୍ୟ ଗ୍ରେଲିନ୍ ପ୍ରତିକ୍ରିୟାକୁ ଦୁର୍ବଳ କରିଥାଏ । ଯାହା ଭୋକର କାରଣ ହୋଇଥାଏ । ଅଧିକରୁ ଅଧିକ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଆରମ୍ଭ କରିଥାଏ ବ୍ୟକ୍ତି । ଯାହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଯଦି ଆପଣ ଦିନଟି ଭଲ ଭାବରେ ଆରମ୍ଭ କରିବାକୁ ଚାହାଁନ୍ତି । ତେବେ ଉଠିବା ପରେ ଏକ ତମ୍ବା ପାତ୍ରରେ ପାଣି ପିଅନ୍ତୁ । ଏହା ପରେ ଆପଣ ଡ୍ରାଏ ଫ୍ଲୁଟ୍ସ ଖାଇପାରିବେ । ଏହା ବ୍ୟତୀତ ସକାଳ ଜଳଖିଆରେ ଫଳ ସହିତ କିଛି ଜୁସ୍ ଅନ୍ତର୍ଭୁକ୍ତ କରନ୍ତୁ ।

Leave a Reply

Your email address will not be published.