ଆଗରପଡ଼ା ସାହିତ୍ୟ ସଂସଦ ଅନୁଷ୍ଠାନ ଉଦ୍ଘାଟିତ

ଭଦ୍ରକ : ବନ୍ତ ବ୍ଲକ ଆଗରପଡ଼ା ଠାରେ ଆଗରପଡ଼ା ସାହିତ୍ୟ ସଂସଦ ନାମରେ ଏକ ସାରସ୍ୱତ ଅନୁଷ୍ଠାନ ଉଦ୍ଘାଟିତ ହୋଇଯାଇଛି । ଶ୍ରୀଯୁକ୍ତ ରାମଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ସାହିତି୍ୟକ ଜଇନୁଲ ଆବେଦିନ ସଂଯୋଜନା ସହ ଏହାର ଉଦେ୍ଧଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟକୁ ବଂଚାଇ ରଖିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବା ସହ ଗ୍ରାମାଚଂଳରୁ ସହର ଯାଏ ଭାଷା ସାହିତ୍ୟର ବହୁଳ ପ୍ରସାର କରାଯିବ ବୋଲି ଘୋଷଣା କରାଯାଇଥିଲା । ଏଥିରେ କବି ଅକ୍ଷୟ ରାଉତ , ବ୍ୟଙ୍ଗ କବି ବାଙ୍କନିଧି ସାହୁ , ପାଲାକାର ନବକିଶୋର ନାୟକ , ଗୀତିକାର ଦାଶରଥି ଜେନା , ସଂଗୀତଜ୍ଞ ବନବିହାରୀ ପୃଷ୍ଟି , ସୁଦାମ ନାୟକ , ପ୍ରଫୁଲ୍ଲ ବିଶ୍ୱାଳ ,ଜୟଦେବ ସିଂହ, ରବିନ୍ଦ୍ର ଯେନା , ଅକ୍ଷୟ ସିଂହ, ମାର୍କଣ୍ଡ ଧଡ଼ା , ସାମ୍ବାଦିକ ବିଶ୍ୱନାଥ ସିଂହ ଓ ନିରୋଜ ଆଇଚଙ୍କ ସମେତ ବହୁ ସାହିତି୍ୟକ ଉପସ୍ଥିତ ଥିଲେ ।

Leave a Reply

Your email address will not be published.