ଚଳନ୍ତା କାର ଜଳିଲା,ଅଳ୍ପକେ ବର୍ତ୍ତିଲେ ଚାଳକ

କଟକ: ରବି ବାର ଚାଉଳିଆଗଞ୍ଜ ଥାନା ସମ୍ମୁଖରେ ଦେଖିବାକୁ ମିଳିଥିଲା ଏକ ଚଳନ୍ତା କାର ରେ ନିଆଁ ଲାଗି ଜଳି ଉଠିଥିଲା। ଅଳ୍ପକେ ବର୍ତ୍ତିଯାଇଥିଲେ କାର ଚାଳକ । ସ୍ୱଚନା ମୁତାବକ କଟକ ରୁ ଭୁବନେଶ୍ୱର ଯାଉଥିବା OR02-BT-9933 କାର ଟି ଚାଉଳିଆଗଞ୍ଜ ଥାନା ସମ୍ମୁଖରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ହଟାତ ନିଆଁ ଲାଗିଯାଇଥିଲା, ଘଟଣା ସମ୍ପର୍କରେ ଚାଉଳିଆଗଞ୍ଜ ପୋଲସି ଖବର ପାଇ ନିକଟସ୍ଥ ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ ଚାଉଳିଆଗଞ୍ଜ ଅଗ୍ନିଶମ ବିଭାଗ ର ୭ ଜଣିଆ ଟିମ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିବା ସହ ଗାଡି ଚାଳକକୁ ବଞ୍ଚାଇ ଥିଲେ । ସ୍ବଭାଗ୍ୟବସତଃ କାର ଟିରେ କେବଳ ଡ୍ରାଇଭର ଥିଲେ।

Leave a Reply

Your email address will not be published.