ନନ୍ଦନକାନନରେ ପୁଣି ଏକ ଭାଲୁ ଆରତୀ ମୃତ

ଭୁବନେଶ୍ଵର, ୧୭।୯(ଏନ୍ ନ୍ଯୁଜ୍‌) ନନ୍ଦନକାନନରେ ଦେଶୀ ଭାଲୁ ଦେବାଶିଷ ର ସଂକ୍ରମଣରେ ମୃତ୍ୟୁର ବାର ଘଣ୍ଟା ପରେ ପୁଣି ଏକ ମାଈ ଭାଲୁ ଆରତୀର ମୃତ୍ୟୁ ହୋଇଛି। ଆରତୀକୁ ୨୭ ବର୍ଷ ବୟସ ହୋଇଥିଲା। ତାକୁ ଗତ ୨୦୧୩ ମସିହା ସେପ୍ଟେମ୍ବର ୧୩ ତାରିଖରେ ରାଞ୍ଚି ରୁ ନନ୍ଦନକାନନକୁ ଅଣାଯାଇଥିଲା । ଏହାର ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ କରାଯାଇଛି। ଆରତୀ ଠାରେ ଦେବାଶିଷ ଭଳି ସମାନ ଅନ୍ତଃନଳୀ ସଂକ୍ରମଣର ଲକ୍ଷଣ ଦେଖାଯାଇଛି। ସଂକ୍ରମଣରେ ଲଗାତର ୨ ଭାଲୁଙ୍କ ମ୍ରତ୍ୟୁ କଥା ଜଣା ପଡିବା ପରେ ନନ୍ଦନକାନନରେ ଥିବା ଅବଶିଷ୍ଟ ୧୫ ଭାବୁଙ୍କୁ ସଂକ୍ରମଣର ଭୟ ଦେଖାଦେଇଛି।

Leave a Reply

Your email address will not be published.