ବରଙ୍ଗ ରୁ ୧୬ ଚୋରା ଚାଲାଣ ଗIଡି ଜବତ

କଟକ,୮।୯(ଏନ୍ ନ୍ଯୁଜ୍‌) ବାରଙ୍ଗ ତହସିଲ ଅଞ୍ଚଳରେ ରାତିଆ ଚାଲୁଛି ଚୋରା ମୋରମ ,ବାଲି ଓ ପଥର ଚାଲଣ। ସୂଚନା ପାଇ ବାରଙ୍ଗ ତହସିଲଦାର ପ୍ରଜ୍ଞାନନ୍ଦ ଦାସ ଚୌଧୁରୀ ଓ ବାରଙ୍ଗ ଥାନା ଅଧିକାରୀ ଶଶିକାନ୍ତ ରାଉତ ମିଳିତ ଚଢାଉ କରିଥିଲେ। ଉଭୟ ପ୍ରଶାସନର ମିଳିତ ଚଢ଼ାଉ ବେଳେ ବାଲି, ମୋରମ ଓ ପଥର ଚାଲାଣ କରୁଥିବା ୧୬ଟି ଗାଡି ଜବତ ହୋଇଛି। ଗାଡି ଗୁଡ଼ିକ ମଧ୍ୟରେ ଅଛି ୧୫ଟି ହାଇୱା ଓ ଗୋଟିଏ ଟ୍ରାକ୍ଟର। ଗାଡି ଗୁଡିକର ଚାଳକ ଓ ସହଯୋଗୀଙ୍କୁ ଅଟକ ରଖି ଖୋଳ ତାଡ କରୁଛି ତହସିଲ ଓ ପୁଲିସ ପ୍ରଶାସନ।

Leave a Reply

Your email address will not be published.