ଚନ୍ଦକା ଅଭୟାରଣ୍ୟ ଉଦ୍ଧାର ହାତୀଙ୍କ ରକ୍ଷଣ ସ୍ଥଳ ଉଦଘାଟିତ

ଭୁବନେଶ୍ଵର, ୧୫।୯(ଏନ୍‌ ନ୍ଯୁଜ୍‌) ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଡମପଡ଼ା ଅଭୟାରଣ୍ୟ ର କୁମାର ଖୁଣ୍ଟି ଡ୍ୟାମ ଠାରେ ଉଦ୍ଧାର ଜଙ୍ଗଲି ହାତୀଙ୍କ ପାଇଁ ଏକ ଅସ୍ଥାୟୀ ରକ୍ଷଣ ସ୍ଥଳ ବା ରେସକ୍ୟୁ ସେଣ୍ଟର ଉଦଘାଟିତ ହୋଇଛି। ପାଖାପାଖି ୧୦. ୫ ହେକ୍ଟର ଜମିରେ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଉଦ୍ଧାର ହସ୍ତୀ ରକ୍ଷଣ ସ୍ଥଳୀକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ରାଜ୍ୟର କୌଣସି ସ୍ଥାନରେ କୌଣସି କାରଣରୁ ଆହତ ହୋଇଥିବା ଜଙ୍ଗଲି ହାତୀ ଓ ମା’ ଛେଉଣ୍ଡ ହାତୀ ଛୁଆଙ୍କୁ ଉଦ୍ଧାର କରି ଏଠାକୁ ଆଣି ରଖିବାର ବ୍ୟବସ୍ଥା କରାଯାଇଛି। ଉଦ୍ଧାର ହାତୀଙ୍କୁ ଏଠାରେ ଅଭିଜ୍ଞ ମହୁନ୍ତଙ୍କ ତତ୍ତ୍ଵାବଧାନରେ ରକ୍ଷଣା ବେକ୍ଷଣ କରାଯାଏ ଓ ବିଶେଷଜ୍ଞ ଚିକିତ୍ସାକଙ୍କ ଦ୍ୱାରା ଚିକିତ୍ସା କରି ସୁସ୍ଥ କରିବାର ଲକ୍ଷ ରଖାଯାଇଥିବା ମନ୍ତ୍ରୀ କହିଛନ୍ତି । ଗୋଟିଏ ଅସ୍ଥାୟୀ ହସ୍ତୀ ରକ୍ଷଣ ସ୍ଥଳୀରେ ୬ଟି ହାତୀ ରହିବାର ବ୍ୟବସ୍ଥା କରାଯାଇଛି ଓ ଅଭୟାରଣ୍ୟରେ ୪ଟି ଉଦ୍ଧାର ହାତୀ ରକ୍ଷଣ ସ୍ଥଳୀ ର ଯୋଜନା କରାଯାଇଥିବା କହିଛନ୍ତି। ଉଦଘାଟନୀ ଉତ୍ସବରେ ଜଙ୍ଗଲ ବିଭାଗ ସଚିବ ମୋନା ଶର୍ମା, ପିସିସିଫ -ଶଶି ପାଲ, ଡିଏଫୋ କଦାର ସ୍ୱାଇଁ, ଏସିଏଫ୍ ହିମାଂଶୁ ମହାନ୍ତି, ନନ୍ଦନ କାନନ ନିର୍ଦେଶକ -ହରିଶଙ୍କର ଉପାଧ୍ୟାୟ, ବନ କର୍ମଚାରି ଉପସ୍ଥିତ ଥିଲେ।

Leave a Reply

Your email address will not be published.