ନେପାଳରେ ଚୀନ ରାଷ୍ଟ୍ରଦୂତଙ୍କ ମନମାନି

କାଠମାଣ୍ଡୁ: ଚୀନ୍ ରାଷ୍ଟ୍ରଦୂତ ହୋଓ ୟାଙ୍କି ନେପାଳର ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀଙ୍କୁ ସାକ୍ଷାତ କରି ପ୍ରୋଟୋକଲ ଭାଙ୍ଗିଛନ୍ତି। ଦେଶରେ ପ୍ରଧାନମନ୍ତ୍ରୀ ପଦବୀକୁ ନେଇ ଶାସକ ଦଳ ମଧ୍ୟରେ ବଢ଼ି ଚାଲିଛି। ଏହାରି ଭିତରେ ଚୀନ୍ ରାଷ୍ଟ୍ରଦୂତ ନେପାଳ ରାଷ୍ଟ୍ରପତିଙ୍କୁ ଭେଟିବା ଦେଶର ସମ୍ୱିଧାନକୁ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ନେପାଳର ସରକାରୀ ଅଧିକାରୀ ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ମଧ୍ୟ ଚୀନ୍ ରାଷ୍ଟ୍ରଦୂତଙ୍କ କାର୍ଯ୍ୟକଳାପକୁ ବିରୋଧ କରିଥିଲେ।

ମାଧାବ ନେପାଳ ଏବଂ ଅନ୍ୟ କମ୍ୟୁନିଷ୍ଟ ପାର୍ଟି ନେତାଙ୍କ ସହ ଚୀନ୍ ରାଷ୍ଟ୍ରଦୂତଙ୍କ ସାକ୍ଷାତକୁ ନେଇ ନେପାଳରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ନେପାଳର ଆଭ୍ୟନ୍ତରୀଣ ରାଜନୀତିରେ ଚୀନର ଅତ୍ୟଧିକ ହସ୍ତକ୍ଷେପକୁ ଲୋକେ ନାପସନ୍ଦ କରିଛନ୍ତି।

ଓଲିଙ୍କ ଦଳର ଅନେକ ନେତା ଖୋଲାଖୋଲି ଭାବେ କହିଛନ୍ତି ଯେ, ଚୀନ୍ ରାଷ୍ଟ୍ରଦୂତଙ୍କ ମନମୁଖୀ ଉପରେ ଅଲି କାହିଁକି ଚୁପ୍ ଅଛନ୍ତି, ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ଓଲି ଭାରତ ଉପରେ ଅଭିଯୋଗ କରିଥିଲେ। ଭାରତ ସରକାର ସମଗ୍ର ପରିସ୍ଥିତି ଉପରେ ନଜର ରଖିଛନ୍ତି।

ନେପାଳରେ ଚୀନର ରାଷ୍ଟ୍ରଦୂତ ଆଜି ପୁଣି ଏକ ଘଣ୍ଟା ପାଇଁ କମ୍ୟୁନିଷ୍ଟ ପାର୍ଟିର ଅନ୍ୟ ଜଣେ ବରିଷ୍ଠ ନେତାଙ୍କୁ ଭେଟିଥିଲେ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଜଲନାଥ କାନଲଙ୍କୁ ଭେଟିଛନ୍ତି।

Leave a Reply

Your email address will not be published.