ନକଲି କରୋନା ଟେଷ୍ଟିଂ ଲାବୋରେଟୋରୀ ଉପରେ ଚଢାଉ, ଜଣେ ଗିରଫ

ନାଗରାଜ ନ୍ୟୁଜ: ପୁରୀ ଜିଲ୍ଲାର କାକଟପୁର ପୋଲିସ ନକଲି କରୋନା ଟେଷ୍ଟିଂ ଲାବୋରେଟୋରୀରେ ଚଢାଉ କରି ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି।

ପୋଲିସ ସେଠାରୁ ଦୁଇଟି କୋଭିଡ ଆଣ୍ଟିଜେନ ଟେଷ୍ଟ କିଟ୍ ଓ ଅନ୍ୟାନ୍ୟ ଅପରାଧିକ ଦଲିଲ ମଧ୍ୟ ଜବତ କରିଛି।

ସୂଚନାନୁସାରେ, ପୋଲିସ ଚଢାଉ କରିଥିବା ଲାବୋରେଟୋରୀ ଏହାର ମାଲିକ ପ୍ରକାଶ ଦାସଙ୍କ ନାଁରେ ରହିଥିବା ଜଣାପଡିଛି । ପୋଲିସ ଉକ୍ତ ଲ୍ୟାବକୁ ସିଲ୍ କରିଛି।

Leave a Reply

Your email address will not be published.