ଭୂବନେଶ୍ଵର ପହଁଞ୍ଚିଲା କୋଭିସିଲ୍ଡ ଟିକା

ଭୂବନେଶ୍ବର: ଆଜି ଭୂବନେଶ୍ଵର ପହଁଞ୍ଚିଲା ୨ ଲକ୍ଷ ଡୋଜ କୋଭିସିଲ୍ଡ ଟିକା । ତେବେ ଏହି ଟିକା ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଦିଆଯିବ। ପ୍ରଥମ ଡୋଜ ନେଇ ଦ୍ୱିତୀୟ ଡୋଜ ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ଏଥିରେ ପ୍ରାଥମିକତା ଦିଆଯିବ ବୋଲି କୁହାଯାଇଛି ।

ରାଜ୍ୟରେ ଟିକାର ଅଭାବ ଥିବାରୁ ବିଭିନ୍ନ କେନ୍ଦ୍ର ସମ୍ମୁଖରେ ଲୋକ ଘଣ୍ଟା ଘଣ୍ଟା ଛିଡା ହୋଇ ନିରାଶ ହୋଇ ଫେରୁଛନ୍ତି। ଏପରି ସ୍ଥିତିରେ ରାଜ୍ୟରେ ଟିକାକରଣ ସୁରୁଖୁରୁରେ ଚାଲୁ ରଖିବା ପାଇଁ ଆହୁରି ୨ ଲକ୍ଷ ଡୋଜ କୋଭିସିଲ୍ଡ ଟିକା ଆସି ପହଞ୍ଚିଛି ।

ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ଭଲ ଖବର ସାମାନାକୁ ଆସିଛି । ତାହା ହେଲା ଆସନ୍ତା ୫/୬ ଦିନ ଭିତରେ ରାଜ୍ୟରେ କରୋନା ସଂକ୍ରମଣ କମିବ ବୋଲି ଜଣାଯାଇଛି । ରାଜ୍ୟରେ କରୋନା ସ୍ଥିତି ଓ ଲକଡାଉନ ନେଇ ନିଜର ପ୍ରତିକ୍ରିୟା ଦେବା ଅବସରରେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଏହା କହିଛନ୍ତି ।

ସେ କହିଛନ୍ତି ଯେ, ସଂକ୍ରମିତଙ୍କ ଟେଷ୍ଟିଂ ଅଧିକ ହେଉଛି । ତେଣୁ ୩-୪ ଦିନ ଏଭଳି ସ୍ଥିତି ରହିବ । ୫-୬ ଦିନ ପରେ କର୍ଭ ଫ୍ଲାଟ ହୋଇ ସଂକ୍ରମଣ କମିବା ଆରମ୍ଭ ହେବ । ଲକଡାଉନ ନିହାତି କାମ ଦେବ । ଲୋକେ ନିୟମ ମାନିବା ଦରକାର । ଆତଙ୍କିତ ହେବା ଦରକାର ନାହିଁ । ଘରେ ରହିଲେ ସଂକ୍ରମିତଙ୍କ ସଂଖ୍ୟା କମିବ ।

Leave a Reply

Your email address will not be published.