ଆଇପିଏଲ ଉଦ୍ ଘାଟନୀ ମ୍ୟାଚରେ ଚେନଇ ବିଜୟୀ

ଭୁବନେଶ୍ଵର, ୧୯ ।୯(ଏନ୍ ନ୍ଯୁଜ୍‌) ଦୁବାଇ ଠାରେ ଅନୁଷ୍ଠିତ ଆଇପିଏଲ୍ ୨୦୨୦ ର ପ୍ରଥମ ଟି୨୦ ମ୍ୟାଚରେ ୪ ଥରର ବିଜେତା ମୁମ୍ବାଇ ଇଣ୍ଡିଆନକୁ ୫ ୱକେଟ ରେ ହରାଇ ଚେନଇ ସୁପର କିଙ୍ଗସ୍‌ ବିଜୟୀ ହୋଇଛି।
ଟସ ଜିଣି ପ୍ରଥମେ ଫିଲଡିଂ କରିବାକୁ ନିଷ୍ଠତି ନେଇଥିଲା ଚେନଇ ସୁପର କିଙ୍ଗସ୍‌। ବ୍ୟାଟିଂ କରିବାକୁ ଓହ୍ଲାଇଥିବା ମୁମ୍ବାଇ ଦଳର ଅଧିନାୟକ ରୋହିତ ଶର୍ମା ଓ କ୍ୱିନଟନ ଡିକକ୍ ଙ୍କ ପ୍ରାରମ୍ଭିକ ଯୋଡି ଉନ୍ନତ ୫୧ ରନର ଶୁଭାରମ୍ଭ ଦେଇଥିଲେ। ପ୍ରଥମ ୱ୍ୱିକେଟ ଭାବେ ରୋହିତ ମାତ୍ର ୧୨ ରନରେ ପିଉସ ଚାଉଲଙ୍କ ବଳରେ କ୍ଯIଚ ଆଉଟ ହୋଇଥିଲେ। ଏହା ପରେ ୨୦ ବଲ୍ ରେ ୩୩ ରନ କରିଥିବା ଡିକକ୍ ସାମକରନଙ୍କ ବଲ୍ଲ କ୍ୟ|ଚ୍ ଆଉଟ ହୋଇଥିଲେ। ଏହା ପରେ ସୌରଭ ତିୱ୲ରୀ ଓ ସୂରିୟ କୁମାର ଯାଦବ ସ୍ଥିତି ସମ୍ଭାଳିବାକୁ ଉଦ୍ୟମ କରିଥିଲେ। ସୂରିୟ ଯାଦବ ଦିପକ ଚହରଙ୍କ ବଳରେ ୧୪ ରନ୍ କରି ଆଉଟ ହୋଇଥିଲେ। ଦଳ ତରଫରୁ ସୌରଭ ସର୍ବାଧିକ ୪୩ ରନ କରି ଆଉଟ ହେବା ପରେ ଆକ୍ରାମକ ବ୍ୟାଟସ୍ ମ୍ୟାନ ହାର୍ଦ୍ଧିକ ପାଣିଆ ଓ କାଇରନ ପୋଲାର୍ଡ ଫେଲ ମାରିଥିଲେ । କ୍ରମାଗତ ୱ୍ୱିକେଟ ପତନ ସତ୍ତ୍ଵେ ୨୦ ଓଭର ଶେଷ ଶୁଦ୍ଧା ୯ ୱ୍ୱିକେଟ ବିନିମୟରେ ସମ୍ଵାଇ ଦଳର ରନ୍ ୧୬୨ ହୋଇଥିଲା। ବିଜୟ ଲକ୍ଷର ପିଛା କରି ବ୍ୟାଟିଂ କରିବାକୁ ଆସି ମାତ୍ର ୨ ଓଭରରେ ୬ ରନ କରି ଦୁଇ ପ୍ରାରମ୍ଭିକ ଯୋଡିଙ୍କ ୱ୍ୱିକେଟ ହରା ଇଥିଲା। ଚ୍ରେଣ୍ଟ ବୁଲଟ୍ ଙ୍କ ବଳରେ ସେନ ୱ।ଟସନ ଓ ପାଟିନସନଙ୍କ ବଲରେ ଲେଗ ବିଫୋର ୱ୍ୱିକେଟ୍ ହୋଇ ଆଇଟ ହୋଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସି ଫାପ୍ ଡୁପ୍ଳେସି ଓ ଆମ୍ଵାତି ରାଇଡ଼ୁ ଲଢୁଆ ବ୍ୟାଟିଂ କରି ଦଳର ସ୍ଥିତି ସଜାଡିଥିଲେ। ୧୬ତମ ଓଭରର ଅନ୍ତିମ ବଲ୍ ରେରାଇଡ଼ୁ ୪୮ ବଲରେ ୭୧ ରନ୍ କରି ରାହୁଲ ଚହରଙ୍କ ବଲ୍‌ରେ କଟଆଣ୍ଡ ବୋଲଡ ଆଉଟ ହୋଇଥିଲେ। ଏହାପରେ ବ୍ୟାଟିଂ କିରିବାକୁ ଆସିଥିଲେ ରବିନ୍ଦ୍ର ଜାଡେଜା । ୫ ବଲରେ ୧୦ ରନ କରି କୁର୍ନାଲ ପାଣ୍ଡିଆଙ୍କ ବଳରେ ଲେଗ ବିଫୋର ୱ୍ୱିକେଟ ହୋଇ ଫେରିଥିଲେ । ତାଙ୍କ ପରେ ସାମକରନ ବ୍ୟାଟିଂ କରିବାକୁ ଆସି କୁର୍ନାଲଙ୍କ ବଲକୁ ଚମତ୍କାର ଛକା ଓ ଚୌକା ମାରି ବିଜୟ ଆଶାକୁ ଉଦଯିବିତ କରିଥିଲେ। ସେ ୧୮ ତମ ଏଭର ର ଦ୍ଵିତୀୟ ବଳରେ ବୁମରାହାଙ୍କ ବଲ୍‌ରେ କ୍ୟାଚ୍ ଆଉଟ ହୋଇଥିଲେ। ୬ ବଲ୍‌ରେ ୧୮ ରନ୍ କରି ଫେରିଥିଲେ। ଏହାପରେ ଅଧିନାୟକ ଧୋନୀ ବ୍ୟାଟିଂ କରିବାକୁ ଆସିଥିଲେ। ଅନ୍ତିମ ଓଭରର ୬ ବଲରେ ୫ ରନ ଆବଶ୍ୟକ ଥିଲା। ବୋଲିଂ କରିବାକୁ ଆସିଥିବା ଟ୍ରେଣ୍ଟ ବୁଲଟଙ୍କ ପ୍ରଥମ ଦୁଇଟି ବଲରେ ଲଗାତର ୨ଟି ଚୌକା ମାରି ବିଜୟୀ କରାଇଥିଲେ। ଫାପ୍ ଡୁପ୍ଲେସି ଧାର୍ଯ୍ୟପୂର୍ଣ୍ଣ ୪୪ ବଲରେ ୫୮ ରନର ବ୍ୟାଟିଂ କରି ଅପରାଜିତ ରହିଥିଲେ। ଡୁପ୍ଳେସି ସୌରଭ ତିୱIରୀ ଓ ବାର୍ଦ୍ଧିକ ପାଣ୍ଡିଆଙ୍କର ଚତ୍ମକାର କ୍ୟାଚ ଧରି ମୁମ୍ବାଇର ରନ୍ କୁ ସିମୀତ ରଖିବାରେ ସହାୟକ ହୋଇଥିଲେ। ଶକ୍ତିଶାଳୀ ମୁମ୍ବାଇକୁ ପରାସ୍ତ କରି ଚେନଇ ସୁପର କିଙ୍ଗସ୍ ଚଳିତ ଆଇପିଏଲ୍‌ ଟି ୨୦ର ଶୁଭାରମ୍ଭ କରିଛି।

Leave a Reply

Your email address will not be published.