ଆକାଶ ଛୁଆ ପରିବା ଦର, ଗ୍ରାହକ ପକେଟ ଉପରେ ମାଡ

ଭୁବନେଶ୍ଵର,୧୯।୯(ଏନ୍ ନ୍ୟୁଜ୍‌ ) ଓଡ଼ିଶାରେ ପାନିପରିବା ଦର ଏବେ ଆକାଶ ଛୁଆଁ ହୋଇଛି। ଦୋକାନ ବଜାରକୁ ପନିପରିବା କିଣିବାକୁ ଯାଉଥିବା ଗ୍ରାହକ ଦର ଶୁଣି ମୁଣ୍ଡରେ ହାତ ଦେଉଛି। କରୋନା ମହାମାରି କାଳରେ ନିମ୍ନ ଓ ମଧ୍ୟବିତ ଶ୍ରେଣୀର ଲୋକଙ୍କ ରୋଜଗାର ଯଥେଷ୍ଟ କମିଯାଇଛି। ଅନେକ ବି ରୋଜଗାର ହରାଇ ଦୟନିୟ ଅବସ୍ଥାରେ ଅଛନ୍ତି। ଏତିକି ବେଳେ ପାନି ପାରିବା ଦର ବୃଦ୍ଧି ମୁଣ୍ଡ ବ୍ୟଥାର କାରଣ ହୋଇଛି। ନିମ୍ନ ଓ ମଧ୍ୟ ବିତ ଶ୍ରେଣୀର ଲୋକମାନେ ଅର୍ଥାଭାବ ହେତୁ ଆବଶ୍ୟକ ମୁତାବକ ପନି ପରିବା କିଣିବାକୁ ସକ୍ଷମ ହେଉନାହାଁନ୍ତି। ନିତିଦିନିଆ ପରିବା ଆଳୁ ଓ ପିଆଜ ନ ହେଲେ ନଚଳେ। ଏବେ କେଜି ପିଛା ଆଳୁ ଦର ୩୫ ଓ ପିଆଜ ଜର ୩୫ ଟଙ୍କାରେ ପହଁଚିଛି । ସେହିଭଳି କେଜି ପିଛା ବାଇଗଣ ୬୦, କଖାରୁ ୪୦, ଭଣ୍ଡା ୫୦,ପୋଟଳ ୭୦, ଭେଣ୍ଡି ୬୦, ଝୁଡ଼ଙ୍ଗ ୭୦,ସଜନା ଛୁଇଁ (ଦେଶୀ )୧୦୦, ଖମ୍ବ ଆଳୁ ୫୦ ଟଙ୍କା, ସାରୁ ୪୦, ବିନ୍ ଛୁଇଁ ୧୨୦ ଟଙ୍କା ଦର ହୋଇଛି।ଏବେ ପରିବା ଦର ଗ୍ରାହକ ପକେଟ ଉପରେ ମାଡ କରିଛି। ଟଙ୍କା ସରି ଯାଉଛି ପଛେ ଆବଶ୍ୟକତା ମୁତାବକ ପରିବା କିଣି ସମ୍ଭ୍ରବ ହେଉ ନାହିଁ। କେବଳ ବଜାରରୁ ଯଥା କଥା ପାନି ପରିବା କଣି କାମ ଚଳାଉଛନ୍ତି ମଧ୍ଯବିତ ଓ ନିମ୍ନ ଶ୍ରେଣୀର ଗ୍ରାହକ। ପରିବା ବଜାରକୁ ଆସୁଛନ୍ତି ସ୍ଵଳ୍ପ ଗ୍ରାହକ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଦର ପଚାରି ମୁହଁ ଫେରାଉଛନ୍ତି। ଏଣେ ପରିବା ବ୍ୟବସାୟୀ ଗ୍ରାହକ ଅପେକ୍ଷାରେ ଚାହିଁ ରହୁଛନ୍ତି। ଦର ବୃଦ୍ଧି ଏବେ ପରିବା ବଜାରରେ ନିଆଁ ଲଗାଇଛି। ବ୍ୟବସାୟୀ ଓ ଗ୍ରାହକ ଏବେ ହୁନ୍ତ ସନ୍ତ ହେଉଛନ୍ତି। ଆଗକୁ ଆହୁରି ଦର ବୃଦ୍ଧିର ଆଶଙ୍କା ରହିଛି। ଏଭଳି ଅବସ୍ଥା ଲାଗି ରହିଲେ ପନିପରିବା ଅଭାବରୁ ଅଧିକାଂଶ ଲୋକ ପୁଷ୍ଟିହୀନତାର ଶିକାର ହେବାର ସମ୍ଭାବନା ସୃଷ୍ଟି ହୋଇଛି।

Leave a Reply

Your email address will not be published.