ଆଜି ବିଶ୍ବ ହସ୍ତୀ ଦିବସ

(ନାଗରାଜ ନ୍ୟୁଜ ): ୧୨/୦୮/୨୦୨୦

ଆଜି ବିଶ୍ବ ହସ୍ତୀ ଦିବସ : ହ୍ରାସ ପାଉଛି ହାତୀ ସଂଖ୍ୟା, ୧୦ ବର୍ଷରେ ୭୮୪ ମୃତ ? ଦେଶରେ ହାତୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡିଶାରେ ହ୍ରାସ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଓ ବେଆଇନ ଶିକାର ହାତୀ ହ୍ରାସର ପ୍ରମୁଖ କାରଣ ହୋଇଥିବା ବେଳେ ସଂଖ୍ୟା ଲୁଚାଇବା ଲାଗି ରାଜ୍ୟ ସରକାର ବିଗତ ୩ ବର୍ଷ ହେବ ହାତୀ ଗଣନା କରାଯାଉ ନାହିଁ ବୋଲି ୱାଇଲ୍ଡ ଲାଇଫ ସୋସାଇଟି ଅଫ ଓଡିଶା ପକ୍ଷରୁ ଅଭିେଯାଗ ହୋଇଛି। ବିଗତ ୧୦ବର୍ଷ ଭିତରେ ୭୮୪ଟି ହାତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।
ସୂଚନାେଯାଗ୍ୟ ଯେ ୧୯୭୯ ମସିହା ଗଣନା ଅନୁସାରେ ରାଜ୍ୟରେ ମୋଟ ହାତୀ ସଂଖ୍ୟା ୨୦୪୪ ଥିଲା ବେଳେ ୨୦୧୭ ଗଣନାରେ ଏହା ୧୯୭୬କୁ ଖସି ଆସିଛି। ଢେଙ୍କାନାଳ, ଦେବଗଡ, ମୟୁରଭଞ୍ଜ, କେଉଁଝର, ସମ୍ବଲପୁର, ଅନୁଗୁଳ, ସୁନ୍ଦରଗଡ ଓ କଟକରେ ଥିବା ଘଞ୍ଚ ଜଙ୍ଗଲ ହାତୀଙ୍କ ଆବାସସ୍ଥଳୀ ଥିଲା। ବ୍ୟାପକ ଜଙ୍ଗଲ କ୍ଷୟ ଓ ଖାଦ୍ୟାଭାବ ଏମାନଙ୍କୁ ଛୋଟ ଛୋଟ ଦଳରେ ବିଭକ୍ତ କରିଥିଲା।

Leave a Reply

Your email address will not be published.