ସୁଶାନ୍ତଙ୍କୁ ଦୀର୍ଘଦିନ ଧରି ବିଷ ଦେଇ ଆସୁଥିଲେ ରିୟା: କେ.‌କେ. ସିଂହ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ସୁଶାନ୍ତ ସିଂ ରାଜପୁତଙ୍କ ବାପା କେ.କେ ସିଂ ଅଭିଯୋଗ ଆଣିଛନ୍ତି ଯେ, ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଦୀର୍ଘ ଦିନରୁ ସୁଶାନ୍ତଙ୍କୁ ବିଷ ଦେଇ ଆସୁଥିଲେ, ଏବଂ ସେ ହିଁ ତାଙ୍କର ହତ୍ୟାକାରୀ। ସିଂ ଦାବି କରିଛନ୍ତି ଯେ ତଦନ୍ତକାରୀ ସଂସ୍ଥା ରିୟା ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିବା ଉଚିତ। ଏହାସହ ସିବିଆଇ ମାମଲାର ତଦନ୍ତ କରି ସିଦ୍ଧାର୍ଥ ପିଥାନି ଏବଂ ଅନ୍ୟ ଦୁଇଜଣଙ୍କୁ ନିକଟରେ ଦୀର୍ଘ ୧୩ ଘଣ୍ଟା ଧରି ଜେରା କରିଥିଲେ। ସିବିଆଇ ଏହି ଘଟଣାରେ ପଚରାଉଚରା ପାଇଁ ଚଳଚ୍ଚିତ୍ର ନିର୍ମାତା ତଥା ସୁଶାନ୍ତଙ୍କ  ବନ୍ଧୁ ସନ୍ଦୀପ ସିଂଙ୍କୁ ମଧ୍ୟ ଡକାଇପାରନ୍ତି ବୋଲି ସୂଚନା ମିଳିଛି। ସନ୍ଦିପଙ୍କ କଲ୍ ବିବରଣୀରୁ ଜଣାପଡିଛି ଯେ ସେ ଦୀର୍ଘ ଦିନ ଧରି ସୁଶାନ୍ତଙ୍କ ସହ ଯୋଗାଯୋଗରେ ନଥିଲେ।ଏହାପୂର୍ବରୁ ସୁଶାନ୍ତଙ୍କ ପରିବାର ଅଭିଯୋଗ କରିଥିଲେ ଯେ ଯେତେବେଳେ କରୋନା ଭାଇରସ୍ ହେତୁ ଶବଦାହ ପାଇଁ କେବଳ ୨୦ ଜଣଙ୍କୁ ଅନୁମତି ରହିଥିଲା, ସେତେବେଳେ କେଉଁମାନେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର କରିବେ ସନ୍ଦୀପ ହିଁ ତାହାର ଦାୟିତ୍ବ ନେଇଥିଲେ। ସୁଶାନ୍ତଙ୍କ ପରିବାରର ଅନୁମୋଦନ ନିଆଯାଇ ନଥିଲା।

Leave a Reply

Your email address will not be published.