୩୩୮୪ କରୋନା ପଜିଟିଭ ଚିହ୍ନଟ, ୭ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ମାହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୩୩୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୭ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୪୮କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସମ୍ବଲପୁରରୁ ସର୍ବାଧିକ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ବରଗଡରୁ ୨, ଭଦ୍ରକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ରେକର୍ଡ ସଂଖ୍ୟକ ୩୩୮୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୨୮ଜଣ ଓ ସ୍ଥାନୀୟ ଅଂଚଳରୁ ୧୨୫୬ଜଣ ଚିହ୍ନଟ ହୋଇଛନ୍ତି । ଏହି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ୯୮୬ ବୃଦ୍ଧି ପାଇଛି । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୮୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୩, ବାଲେଶ୍ୱରରୁ ୧୧୯, ବରଗଡରୁ ୧୫୭, ଭଦ୍ର୍‌ରୁ ୮୨, ବଳାଙ୍ଗୀରରୁ ୯୯, ବୌଦ୍ଧରୁ ୫, କଟକରୁ ୪୯୨, ଦେଓଗଡରୁ ୬, ଢେଙ୍କାନାଳରୁ ୬୦, ଗଜପତିରୁ ୯, ଗଞ୍ଜାମରୁ ୧୭୭, କଳାହାଣ୍ଡିରୁ ୨୭, କନ୍ଧମାଳରୁ ୫୮, କେନ୍ଦାପଡାରୁ ୭୬, କେନ୍ଦୁଝରରୁ ୬୩, କୋରାପୁଟରୁ ୮୯, ମାଲାକାନଗିରିରୁ ୪୪, ମୟୂରଭଞ୍ଜରୁ ୧୭୭, ନବରଙ୍ଗପୁରରୁ ୩୧, ନୟାଗଡରୁ ୭୬, ନୂଆପଡାରୁ ୧୯, ପୁରୀରୁ ୧୨୧, ରାୟଗଡାରୁ ୧୫୪, ସମ୍ବଲପୁରରୁ ୧୮୨, ସୋନପୁରରୁ ୩୭ ଓ ସୁନ୍ଦରଗଡରୁ ୧୦୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published.