ଯୁବ ଗୋଷ୍ଠୀଙ୍କ ଉପରେ ଭରସା କରିପାରୁନାହାନ୍ତି ସୋନିଆ!

ଭୁବନେଶ୍ୱର (ନାଗରାଜ ନ୍ୟୁଜ୍): ବିଜେପି ଯୁବକଙ୍କୁ ଅଗ୍ରାଧିକାର ଦେଇ ଭବିଷ୍ୟତରେ ମଧ୍ୟ କଂଗ୍ରେସକୁ କ୍ଷମତାରୁ ଦୂରେଇ ରଖିବାକୁ ସ୍ପପ୍ନ ଦେଖୁଛି। ଆଉ ବିଜେପିର ଏହି ସ୍ୱପ୍ନକୁ ପରୋକ୍ଷରେ ପୂରଣ କରୁଛି କଂଗ୍ରେସ। ମଧ୍ୟପ୍ରଦେଶରେ ଜ୍ୟାତିରାଦିତ୍ୟ ସିନ୍ଧିଆ ଏପିସୋଡ ପରେ ରାଜସ୍ତାନରେ ସଚିନ ପାଇଲଟ ଏପିସେଡ ଏହା ପ୍ରମାଣିତ କରୁଛି।

ରାଜସ୍ଥାନରେ ବିଜେପିକୁ କ୍ଷମତାରୁ ଦୁରେଇ ରଖିବା ପାଇଁ ସଚିନ ପାଇଲଟ ଅହରହ ସଂଘର୍ଷ କରିଛନ୍ତି। ଏମିତିକି ବୁସନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ଥିବା ବେଳେ ସରକାରଙ୍କ ଅନେକ ନିଷ୍ପତ୍ତିକୁ ବିରୋଧ କରି ପିଠିରେ ଆଇନର ଚାବୁକ ମଧ୍ୟ ପଡ଼ିଛି। ଆଉ ଶେଷରେ ବିଜେପିକୁ ଶାସନ ଗାଦିରୁ ବେଦଖଲ କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ଆସନ ତାଙ୍କୁ ମିଲିନଥିଲ। ଉପମୁଖ୍ୟମନ୍ତ୍ରୀ ଆସନରେ ବସାଇ ଦଳ ବହୁତ ଦେଇଛି ବୋଲି ଏବେ କହୁଛି।

ଏହାକୁ ନେଇ ନିକଟରେ କଂଗ୍ରେସରୁ ବିଦା ହୋଇଥିବା ସଞ୍ଜୟ ଝା ମଧ୍ୟ ଟୁଇଟ୍ କରି କହିଛନ୍ତି, ୨୦୧୩ରେ ଗେହଲଟଙ୍କ ନେତୃତ୍ୱରେ କଂଗ୍ରେସ ବିଧାନସଭା ନିର୍ବାଚନ ଲଢ଼ିଥିଲା ସେତେବେଳେ ବିଜେପି ୧୬୩ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର ୨୧ଟି ଆସନରେ ବିଜୟୀ ହୋଇଥିଲା। ଯାହାକି ରାଜ୍ୟରେ କଂଗ୍ରେସ ପ୍ରଥମ ଥର ପାଇଁ ଏତେ କମ୍ ଆସନ ଜିତିଥିଲା। ସେହିପରି ୨୦୧୮ ବିଧାନସଭା ନିର୍ବାଚନରେ ସଚିନଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢ଼ିଲା ବିଜେପି ୭୩ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୧୦୦ଟି ଆସନରେ ବିଜୟୀ ହୋଇଛି। ହେଲେ ଗେହଲଟ ଧରିଛନ୍ତି ସରକାରର ମଙ୍ଗ। ତେଣୁ ସଚିନ ଅସନ୍ତୋଷ ପ୍ରକାଶ କରିବା ସ୍ୱାଭାବିକ।

ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି। ଏହାପରେ ତାଙ୍କ ଅନୁଗତ ବିଧାୟକ ଓ ନେତା ମଧ୍ୟ ବିଜେପିରେ ମିଶିଲେ। ପରିଣାମସ୍ୱରୂପ କଂଗ୍ରେସ ଶାସନରେ ରହିବା ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ହରାଇଲା ଓ ବିଜେପି ପୁଣିଥରେ ସରକାର ଗଢ଼ିବାରେ ସକ୍ଷମ ହେଲା। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଶିବରାଜ ସିଂହ ସରକାରକୁ ହଟାଇ କଂଗ୍ରେସ କ୍ଷମତାକୁ ଆସିଥିଲା। ଦଳର ବରିଷ୍ଠ ନେତା କମଲନାଥ ମୁଖ୍ୟମନ୍ତ୍ରୀ ଆସନରେ ବସିବାର ସୌଭାଗ୍ୟ ଅର୍ଜନ କରିଥିଲେ।

ହେଲେ ବିଧାନସଭା ନିର୍ବାଚନ କିନ୍ତୁ ସିନ୍ଧିଆଙ୍କ ନାମରେ କଂଗ୍ରେସ ଲଢ଼ିଥିଲା। ମୁଖ୍ୟମନ୍ତ୍ରୀ ଆସନ ନମିଳିବାରୁ ପରବର୍ତ୍ତୀ ସମୟରେ ରାଜ୍ୟସଭା ପ୍ରାର୍ଥୀ ଭାବେ ପ୍ରଥମ ଆସନ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ସିନ୍ଧିଆ ବିଜେପିକୁ ବିଶ୍ୱସ୍ତ ଭାବି କଂଗ୍ରେସ ଛାଡ଼ିଲେ।

ଦୀର୍ଘ ବର୍ଷ ଧରି କେନ୍ଦ୍ର ବା ରାଜ୍ୟରେ କ୍ଷମତାରେ ଥିବା ବରିଷ୍ଠ ନେତାଙ୍କ ପରିବର୍ତ୍ତେ କଂଗ୍ରେସ ଦଳ ଯୁବ ନେତୃତ୍ୱ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ଥିବାବେଳେ ଓଲଟା ଘଟିଚାଲିଛି। ଦକ୍ଷ ଓ ଲୋକପ୍ରିୟ ଯୁବ ନେତୃତ୍ୱଙ୍କୁ ଅଣଦେଖା କରି କଂଗ୍ରେସ ଦଳ ଅଧିକ ବୟସ୍କ ଓ ବରିଷ୍ଠ ନେତାଙ୍କୁ ପଦଭାର ପ୍ରଦାନ କରିବା ଦଳ ପାଇଁ ଏବେ କାଳ ସାଜୁଛି।

Leave a Reply

Your email address will not be published.