ୟୁଜି-ପିଜି ପରୀକ୍ଷା ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଣ୍ଡର ଗ୍ରାଜୁଏଟ୍ (ୟୁଜି) ପୋଷ୍ଟ ଗ୍ରାଜୁଏଟ୍ (ପିଜି) ଫାଇନାଲ ପରୀକ୍ଷା ବାବଦରେ ଦେଶର ସର୍ବୋଚ୍ଚ ଅଦାଲତ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ୟୁଜି, ପିଜି ଫାଇନାଲ ପରୀକ୍ଷା ବିନା ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯାଇପାରବ ନାହିଁ । ଏଣୁ ୟୁଜିସି ଧାର୍ଯ୍ୟ ଜୁଲାଇ ୬ର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି । ସୁପ୍ରିମକୋର୍ଟ ନିଜ ରାୟରେ ଏହା ମଧ୍ୟ କହିଛନ୍ତି ଯେ, ଯେଉଁ ରାଜ୍ୟଗୁଡିକ ୟଜିସି ନିର୍ଦେଶ କ୍ରମେ ସେପ୍ଟେମ୍ବର ୩୦ ସୁଦ୍ଧା ପରୀକ୍ଷା ଆୟୋଜନ କରିବାରେ ଅସମର୍ଥ ଅଟନ୍ତି, ସେହି ରାଜ୍ୟଗୁଡିକ ୟୁଜିସିଠାରୁ ପରାମର୍ଶ ନେଇ ପରିସ୍ଥିତି ମୁତାବକ ୟୁଜି/ପିଜି ପରୀକ୍ଷା କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିପାରିବେ । ତେବେ ବିପର୍ଯ୍ୟୟ ପରିଚାଳନା ଆଇନ୍ ଅନୁଯାୟୀ ରାଜ୍ୟଗୁଡିକ ସାମ୍ପ୍ରତିକ କୋଭିଡ୍ ସଙ୍କଟକୁ ଦୃଷ୍ଟିରେ ରଖି ପରୀକ୍ଷା ସାମୟିକ କାଳ ପାଇଁ ସ୍ଥଗିତ କରିପାରିବେ, କିନ୍ତୁ ସମ୍ପୂର୍ଣ୍ଣ ବାତିଲ କରିପାରିବେ ନାହିଁ ।

Leave a Reply

Your email address will not be published.