ଦିନକରେ ରେକର୍ଡ ୩୬୮୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ୮ ମୃତ

ଭୁବନେଶ୍ୱର: ରାଜ୍ୟରେ ଆଜି ୩୬୮୨ କାରାନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୮ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ଲେଖାଏଁ ବରଗଡ, ଭଦ୍ରକ, ବଲାଙ୍ଗୀର ଓ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫୬କୁ ବୃଦ୍ଧି ପାଇଛି । ଓଡିଶାରେ ଗତ ୨୪ ଘଣ୍ଟାରେ ରେକର୍ଡ ୩୬୮୨ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ବିଭାଗ ପକ୍ଷରୁ ଚିହ୍ନଟ ହୋଇଥିବା ୧୩୪୧ଟି ମାମଲା ମଧ୍ୟରୁ ଖୋର୍ଦ୍ଧାର ସର୍ବାଧିକ ୭୭୫ଟି ମାମଲା ଚିହ୍ନଟ ହୋଇଛି । ଏଠାରେ ମୋଟ ୪୯୫ଟି ନୂଆ ମାମଲା ଚିହ୍ନଟ ହୋଇଛି । କଟକରେ ୩୬୯ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ମୟୁରଭଞ୍ଜରେ ୨୭୨, ଗଞ୍ଜାଜମରେ ୧୭୪ଟି ନୂଆ ମାମଲା ଚିହ୍ନଟ ହୋଇଛି । ସେହିପରି ବରଗଡରେ ୧୫୨ ଓ କୋରାପୁଟରେ ୧୪୦ଟି ଓ ସମ୍ବଲପୁରରେ ୧୨୮ଟି ନୂଆ ମାମଲା ଚିହ୍ନଟ ହୋଇଛି ।

Leave a Reply

Your email address will not be published.