ବିପଦ ସଂଙ୍କଟ ଅବସ୍ଥାରେ ବାସୁଦେବ ପୁର ବୈତରଣୀ ପୋଲ

କେନ୍ଦୁଝର: ମଙ୍ଗଳବାର ଠାରୁ ଯୋଡା ସମେତ ସମଗ୍ର କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ଜିଲ୍ଲାରେ ପ୍ରବାହିତ ହେଉଥିବା ଯୋଡା ବ୍ଲକର ବାସୁଦେବପୁରରେ ଥିବା ବୈତରଣୀ ପୋଲ ଏବେ ବିପଦ ସଂଙ୍କଟ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ନଦୀରେ ପ୍ରବଳ ବନ୍ୟା ଜଳ ଆସିବା ଫଳରେ ଏହି ପୋଲଟି ଅଣଓଶାର ହୋଇଯିବା ସହ ଅତଡା ଖସି ଘାଇ ସୃଷ୍ଟି ହୋଇଛି । ତଳିଆ ଅଞ୍ଚଳର ଲୋକ ମାନେ ବର୍ତ୍ତମା ଭୟଭୀତ ଅବସ୍ଥାରେ ଅଛନ୍ତି । ପ୍ରଶାସନ ପକ୍ଷରୁ ସର୍ତକ ନଜର ରଖାଯାଇଥିବାବେଳେ ଗୁରୁବାର ଏହି ପୋଲ ଉପରେ ଦୈନିକ ଅହରହ ଭାରିଯାନ ସହିତ ଚଳପ୍ରଚଳ କରୁଥିବା ଗାଡି ମୋଟରକୁ ନିଷେଦ୍ଧ କରାଯାଇଛି । ଯାହା ଫଳରେ ୫୨୦ ନଂ ଜାତୀୟ ରାଜପଥ ରାସ୍ତା ଏକ ପ୍ରକାର ଠପ୍ ହୋଇପଡିବା ସହ ଶହ ଶହ ସଂଖ୍ୟାର ଭାରିଯାନ ଅଟକି ରହିଛି । ତେବେ ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକାସଂସ୍ଥା ପକ୍ଷରୁ ଏହି ପୋଲର ଚତୁଃପାଶ୍ୱର୍ ରେ ମାଟି ସହିତ ପଥର ପେକିଂ କରାଯାଉଛି ।

ଏହି ପୋଲଟି ଦୀର୍ଘ ବର୍ଷର ହୋଇଥିବାବେଳେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବନ୍ୟା ପାଣି ଆସିବା ଯୋଗୁ ଏହି ବୌତରଣୀ ପୋଲଟି ବିପଦ ଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସହ ପ୍ରତ୍ୟକ ଦିନ ଏହି ୫୨୦ ନଂ ଜାତୀୟ ରାଜପଥ ଦେଇ ଯାଉଥିବା ଖଣିଜ ପରିବହନ ଯାନ ଅଟକି ରହିଛି । ଏହି ପୋଲରେ କୌଣସି ଅଘଟଣ ନଘଟିବା ପାଇଁ ବୌତରଣୀ ପୋଲଟିର ଗୋଟିଏ ପଟେ ଚମ୍ପୁଆ ପୋଲିସ ନିୟୋଜିତ ଥିବାବେଳେ ଅନ୍ୟପଟେ ଯୋଡା ପୋଲିସ ନିୟୋଜିତ ରହିଛନ୍ତି । କିଛି ବର୍ଷ ତଳେ ଏହି ବୌତରଣୀ ପୋଲ କଣ୍ଡରା ପାଖରେ ଲଗାଣ ବର୍ଷା ଯୋଗୁଁ ସଂପୂର୍ଣ୍ଣ ୫୨୦ ନଂ ଜାତୀୟ ରାଜପଥ ରାସ୍ତାଟି ପାଣିରେ ଧୋଇଯାଇଥିଲା । ଯାହା ଫଳରେ ଯତାୟତ ବାଧାପ୍ରାପ୍ତ ସୃଷ୍ଟି ହୋଇଥିଲା ।

Leave a Reply

Your email address will not be published.