ବଦଳିବ ନନ୍ଦନକାନନ ଉଦ୍ୟାନ କଳେବର ସଚିବ ଅଧିକାରୀଙ୍କ ପରିଦର୍ଶନ

ଭୁବନେଶ୍ୱର,୨୭।୮(ଏନ୍‌ ନ୍ଯୁଜ୍) ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନର ହେବ ଉନ୍ନତିକରଣ । ବବଳିବ କଳେବର, ବିଶ୍ବ ସ୍ତରୀୟ କରିବା। ବି ବିଭାଗର ଅତିରିକ୍ତ ସଚିବ ମୋନା ଶର୍ମା,ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ,ପିଡବ୍ଲୁଡି ବିଭାଗ ସଚିବ କିଶନ କୁମାର,ରାସ୍ତ ଓ ଗୃହ ନିର୍ମାଣ ବିଭାଗ,ଜଳ ନିଷ୍କାସନ ବିଭାଗ,ରାଜସ୍ବ ବିଭାଗ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ନନ୍ଦନକାନନର ନିର୍ଦ୍ଦେଶକ , ଉପନିର୍ଦ୍ଦେଶକଙ୍କ ସହ ପରିଦର୍ଶନ କରି ଆଲୋଚନା କରିବା ସହ ଯୋଜନା ମାନ ପ୍ରସ୍ତୁତ କରିଛନ୍ତି। ଜଙ୍ଗଲ ବିଭାଗ ସଚିବ ନନ୍ଦନକାନନର ନିର୍ମାଣାଧୀନ ପାର୍କିଂ,ରୋପୱେ,ଶିଶୁ ରେଳ ସମେତ ସମସ୍ତ କାର୍ଯ୍ୟକୁ ତଦାରଖ କରି ତୁରନ୍ତ ସଂପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଛଡା କାଞ୍ଜିଆହ୍ରଦ ଓ କିଆଖଣି ହ୍ରଦକୁ ଉନ୍ନତି କରଣ କରିବାକୁ ଯୋଜନା ହୋଇଛି। ଏହି ପ୍ରାକୃତିକ ହ୍ରଦ ଦୁଇଟିରୁ କିଭଳି ଜଳ ନିଷ୍କାସନ ହେବ ସେଥିଲାଗି ନାଳ ଖନନ କରି ବୁଢୀ ନାଳରେ ପାଣିକୁ ପକାଯାଇ ପାରିବ ସେଥିଲାଗି ଆଲୋଚନା କରି ଯୋଜନା ପ୍ରସ୍ତୁତ କରାଯାଇଛି। ନନ୍ଦନକାନନ ଛକ ଠାରୁ ବସଷ୍ଟାଣ୍ଡ ମଧ୍ୟରେ ଜବର ଦଖଲ ଉଚ୍ଛେଦ କରି ଉନ୍ନତି କରିଣ କରିବା,ରାଜ୍ୟ ଉଦ୍ଭିଦ ଉଦ୍ୟାନ ସିଧାରେ ଥିବା ହ୍ରଦ ଉପର ଦେଇ ମୁଖ୍ୟ ରାସ୍ତାକୁ କିଭଳି ସଂଯୋଗ କରାଯାଇ ପାରିବ ସେଥିଲାଗି ଆଲୋଚନା ହୋଇଥିଲା। କିଛି ସାଧାରଣ ଲୋକଙ୍କର ଥିବା ଜମିକୁ ସରକାର ଅଧିଗ୍ରହଣ କରି ଯଥା ଶିଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥିର କରାଯାଇଥିଲା। ରାଜ୍ୟ ଉଦ୍ଭିଦ ଉଦ୍ୟାନର ଉନ୍ନତି କରଣ କରି କିଭଳି ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରାଯାଇ ପାରିବ ସେ ବିଷୟରେ ଆଲୋଚନା ହୋଇଥିଲା। କିଭଳି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନର ରାସ୍ତା,ପରିସର ଓ ପରିବେଶକୁ ଅଧିକ ଆକର୍ଷଣୀୟ କରି ଅଧିକ ସଂଖ୍ୟକ ଦେଶ ଓ ବିଦେଶ ପର୍ଯ୍ୟଟକଙ୍କୁ ଅକର୍ଷିତ କଲାଭଳି ମନୋରମ କରାଯାଇ ପାରିବ ସେଥିଲାଗି ସରକାରୀ ସ୍ତରରେ ଯୋଜନା କରାଯାଇଛି। ଆସନ୍ତା କାଲି ସମସ୍ତ ବିଭାଗର ସଚିବ,ଅଧିକାରୀମାନେ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ କରି ସମସ୍ତ ବିଷୟରେ ଆଲୋଚନା କରି ଯୋଜନାକୁ ସରକାର ରୂପ ଦେବାକୁ ସ୍ଥିର ହୋଇଥିବା ଜଣା ପଡିଛି।

Leave a Reply

Your email address will not be published.