ସୁଦୀପ ସୁଦର୍ଶନ ଯୁକ୍ତ ୨ ବିଜ୍ଞାନ ଟପ୍ପର

(ନାଗରାଜ ନ୍ୟୁଜ ): ୧୨/୦୮/୨୦୨୦

ଭୁବନେଶ୍ୱର,୧୨ା୮(ବ୍ୟୁରୋ) : ବୁଧବାର ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ଜୁପିଟର ସାଇନ୍ସ ସ୍କୁଲର ଛାତ୍ର ସୁଦୀପ ସୁଦର୍ଶନ ରଣା ଟପ୍ପର ହୋଇଛନ୍ତି। ସୁଦୀପ ମୋଟ୍‌ ୬ ଶହ ମାର୍କରୁ ୫୭୪ ନମ୍ବର ରଖିଛନ୍ତି। ସେହିପରି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସାର୍ଥକ ରଞ୍ଜନ ରାଉତ ୫୬୬ ନମ୍ବର ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଟାଙ୍ଗୀ ଟେଟ୍ରାହେଡ୍ରନ ସ୍କୁଲର ଶୁଭଜିତ ସାହୁ ୫୬୫ ନମ୍ବର ରଖି ତୃତୀୟ ସ୍ଥାନରେ ଅଛନ୍ତି।

ସୂଚନାଯୋଗ୍ୟ, ଚଳିତବର୍ଷ ମୋଟ୍‌ ୩ ଲକ୍ଷ ୫୦ ହଜାର ଛାତ୍ରୀଛାତ୍ର ଯୁକ୍ତ ୨ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ମୋଟ୍‌ ୯୭,୩୭୭ ଛାତ୍ରୀଛାତ୍ର ବିଜ୍ଞାନ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୬୮,୩୭୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଚଳିତବର୍ଷ ଛାତ୍ରଙ୍କ ପାସ୍‌ହାର ୩୯% ରହିଥିବା ବେଳେ ଛାତ୍ରୀଙ୍କ ପାସ ହାର ୩୧% ରହିଛି।

 

 

2 thoughts on “ସୁଦୀପ ସୁଦର୍ଶନ ଯୁକ୍ତ ୨ ବିଜ୍ଞାନ ଟପ୍ପର

Leave a Reply

Your email address will not be published.