୧୦ଟି ଜିଲ୍ଲା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

୨୪ ଘଂଟାରେ ଅବପାତର ରୂପ ନେବ ଲଘୁଚାପ । ଆସନ୍ତା ୨୪ ଘଂଟାରେ ଅବପାତର ରୂପ ନେବ ଉତର ଉତର ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ । ଏବେ ଏହା ପଶ୍ଚିମଦିଗରେ ଗତି କରିଛି । ଏହା ପ୍ରଭାବରେ ଆଜି ଓ ଆସନ୍ତାକାଲି ୨ ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସଂଭାବନା ରହିଛି । ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷିବ ତେଣୁ ଏହି ସବୁ ଜିଲ୍ଲାଗୁଡ଼ିକୁ ରେଡ୍ ୱାର୍ଣ୍ଣିଂ ଜାରି କରଯାଇଛି । ବିଶେଷକରି ରାଜ୍ୟର ୧୦ଟି ଜିଲ୍ଲା ଜଗତସିଂହପୁର, ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବୌଦ୍ଧ, କଟକ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ, ଦେବଗଡ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ଭୂସ୍ଖଳ ହେବାର ସମ୍ଭାବନା ରହିଛି । ତେଣୁ ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ନିର୍ଦେଶ । ଏହାସହ ୯ ଜିଲ୍ଲାକୁ ଅରେଂଜ ୱାର୍ଣିଂ ଜାରି କରିଛନ୍ତି ରାଜ୍ୟ ସରକାର । ଆଜି ଓ କାଲି ପ୍ରବଳ ବର୍ଷା ପରେ ୨୧ରୁ ବର୍ଷା କମିବ । ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିପାରେ । ଏନେଇ ତଳିଆ ଅଂଚଳର ଲୋକଙ୍କୁ ସତର୍କ କରାଯିବା ସହ ଜିଲ୍ଳାପାଳ ମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published.