ନିଶାର କରାମତି, ନଦୀକୁ ଡେଇଁଲା ଯୁବକ

କଟକ,୧୯।୮(ଏନ୍ ନ୍ଯୁଜ୍‌) ନିଶାର କରାମତି । କଟକ ଜିଲ୍ଲା ମୁଁଣ୍ଡଳୀ ବ୍ୟାରେଜ ଉପରୁ ଜଣେ ନିଶାଶକ୍ତ ଯୁବକ ଡେଇଁଲା ତଳମୁଣ୍ଡ ମହାନଦୀର ବଢିଲା ପାଣିକୁ । ଭାସି ଭାସିଯାଇ ଲାଗିଲା ଧବଳେଶ୍ଵର ଠାରେ । ସୂଚନା ପାଇ ଉଦ୍ଧାର କରିବାକୁ ଆସିଥିବା ବାରଙ୍ଗ ଅଗ୍ନୀଶମ ବିଭାଗର ବୁଡାଳି ଧବଳେଶ୍ଵର ପଠାରୁ ଉଦ୍ଧାର କଲେ। ପଚରା ଉଚରା କରିବାରୁ ଜଣାପଡିଲା ଭୁବନେଶ୍ୱରରୁ ଜଣେ ସାଥୀ ସହ ବାଇକ୍ ରେ ଆସୁଥିଲେ । ବାଜି ମାରି ପାଣିକୁ ଡେଉଁଥିଲା। ଯୁବକର ବୟସ ୨୮ ବର୍ଷ ଓ ତା ଘର ଆଠଗଡ଼ ଥାନା ଅନ୍ତର୍ଗତ ନୂଆ ବନ୍ଧ ଗ୍ରାମରେ। ବାରଙ୍ଗ ଅଗ୍ନୀଶମ ଅଧିକାରୀ ଉଦ୍ଧାର ଯୁବକକୁ ତା ବାପାଙ୍କ ଜିମା ଦେଇଛି। ଜଣେ ନିଶା ଶକ୍ତି ଯୁବକର ଏଭଳି କରାମତି ଜନ ସାଧାରଣରେ ଚର୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published.