ଗଜପତିରେ ୫୧ ଏକର ଜମିରେ ଗଞ୍ଜେଇ ଚାଷ, ନଷ୍ଟ କଲା ପ୍ରଶାସନ


ଗଜପତି: ଗଜପତି ଜିଲ୍ଲା ବିମାନପୁର ଗ୍ରାମ ନିକଟ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବାର ସୂଚନା ପାଇ ପ୍ରଶାସନ ତରଫରୁ ଚଢାଉ କରାଯାଇଥିଲା। ଗଜପତି ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଆର. ଉଦୟଗିରି ପୋଲିସ ଏବଂ ଜ଼ିଲ୍ଲା ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ବିମାନପୁର ଗ୍ରାମ ଜଙ୍ଗଲର ୫୧ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ଏକ ଲକ୍ଷ ଛବିଶ ହଜାର ଛଶହ ଷାଠିଏ ଗଞ୍ଜେଇ ଗଛକୁ କାଟିବା ପରେ ପୋଡ଼ି ନଷ୍ଟ କରିଛନ୍ତି l ନଷ୍ଟ ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ଦଶକୋଟି ଛବିଶ ଲକ୍ଷ ଷାଠିଏ ହଜାର ଟଙ୍କା ହେବ ବୋଲି ଅଧିକାରୀମାନେ ଆକଳନ କରିଛନ୍ତି।ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅପେରସନ ଗ୍ରୀନହଣ୍ଟ ମାଧ୍ୟମରେ ପୋଲିସ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି କିନ୍ତୁ ଏହା କେତେ ଫଳପ୍ରଦ ହେଉଛି ତାହା ଆଗକୁ ଜଣାପଡିବ । ଏହି ଗଞ୍ଜେଇ କାରବାର ପଛରେ ଏକ ବଡ ରାକେଟ କାମ କରୁଛି। ମାଫିଆ ଓ ପ୍ରଶାସନର ମଧୁଚନ୍ଦ୍ରିକାରେ ମଧ୍ୟସ୍ଥିଙ୍କ ସହାୟତାରେ ଜିଲ୍ଲାରେ ଗଞ୍ଜେଇ କାରବାର ହେଉଥିବା ଚର୍ଚ୍ଚ। ହେଉଛି। କର୍ମଚାରୀଙ୍କ ମ ମଧୁଚନ୍ଦ୍ରୀକାନ ଚାଲିବା ଏହି କଳା ବ୍ୟବସାୟରେ କିଛି ବ୍ୟକ୍ତି ମଧ୍ୟସ୍ତତା କରୁଥିବା ଚଟ୍ଟା ମଧ୍ୟ ହେଉଛି। ନିକଟରେ ଜଣେ ମଧ୍ୟସ୍ଥିର ରେକର୍ଡ଼ିଂ ଭାଇରଲ ହେଲା ପରେ ମଧ୍ୟ ତାଙ୍କ ଉପରେ ଏ ପର୍ଯ୍ୟନ୍ତ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇନାହଁ। ମଧ୍ୟସ୍ଥି ଓ ମାଫିଆଙ୍କୁ ଗରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ଗଲେ ଏହି ନୀଳଜହର ଚାଷର ଜିଲ୍ଲାରୁ ମୁଳୋତ୍ପାଟନ ହୋଇପାରନ୍ତା ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି l

Leave a Reply

Your email address will not be published.