କେନ୍ଦ୍ର ଶ୍ରମୀକ ସଂଗଠନ ଆବାହନ କ୍ରମେ ବାରଙ୍ଗ ବ୍ଲକ ସମ୍ମୁଖରେ ସାଧାରଣ ଧର୍ମଘଟ

ବାରଙ୍ଗ: କେନ୍ଦ୍ରର ଶ୍ରମୀକ ସଂଗଠନ ତରଫରୁ ଦିଆଯାଇଥିବା ସର୍ବଭାରତୀୟ ସାଧାରଣ ଧର୍ମଘଟ ଡାକରାରେ ବାରଙ୍ଗ ବ୍ଳକରେ ଏସ୍.ୟୁ,ସି.ଆଇ(ସି) ବାରଙ୍ଗ ଆଞ୍ଚଳିକ କମିଟ୍ ସମ୍ପାଦକ ଶିଦ୍ଧାର୍ଥ ରଥଙ୍କ ଅଧ୍ୟକ୍ଷତାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ନିର୍ମାଣ  ଶ୍ରମୀକ ସଂଘର ସଭାପତି ନବଘନ ନାୟକ,ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର ଅଶୋକ କୁମାର ବେହେରା, ଏଆଇଡିଏସଓର ବାରଙ୍ଗ ସମ୍ପାଦିକା ଭାଗ୍ୟଶ୍ରୀ ପ୍ରଧାନ ଛାତ୍ର ନେତା ରାଜେଶ ରାଉତ,ବିରେନ୍ ପାଇଟାଲ,ମମତା ପାତ୍ର,ହେମନ୍ତ କୁମାର ବିଶ୍ବାଳ,କମଳ ମହାପାତ୍ର,କୃଷ୍ଣ ବାରିକ,କେଳୁ ଦାସ,ଦିବାକର ଜେନା,କମଳା ମହାରଣା,ଏଆଇୟୁଟିୟୁସି ସହବନ୍ଧିତ ଓଡ଼ିଶ ବିଦ୍ୟାଳୟ ପାଚିକା ସହାୟୀକା ସଂଘ ବାରଙ୍ଗ ବ୍ଲକ ସମ୍ପାଦିକା ଲତା ଜେନା ପ୍ରମୂଖ ସାମିଲ ହୋଇ ଧର୍ମଘଟ କରିଥିଲେ। ବାରଙ୍ଗ ବ୍ଲକ ଛକରୁ ପୋଷ୍ଟର ବ୍ୟାନର ଧରି ବ୍ଲକ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିବା ପରେ ସେଠାରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଆକାଶ ଛୁଆଁ ଦରବୃଦ୍ଧି,ରେଳ,ବିଦ୍ୟୁତ୍,ବିଏସ୍ ଏନ୍ ଏଲ୍ ସମେତ  ସାଧାରଣ ଜନତାଙ୍କୁ ସେବା ଯୋଗାଉଥିବା ଅନ୍ୟାନ୍ୟ ସଂସ୍ଥାର ଘରୋଇକରଣ,ଶ୍ରମ ଆଇନ୍ ସଂ‌ଶୋଧନ,ଚାଷି ମାରଣ କୃଷି ଆଇନ୍,୧୯୫୫ ଅତ୍ୟାବଶକୀୟ ସାମଗ୍ରୀସଂଶୋଧନ ଆଇନ୍,ଶିକ୍ଷା- ସଭ୍ୟତା ‌ଧ୍ବଂସକାରୀ ନୀତି ୨୦୨୦,ମହିଳା ,ଶିଶୁ ଛାତ୍ରମାନଙ୍କ ଉପରେ କ୍ରମ ବର୍ଦ୍ଧମାନ ଆକ୍ରମଣ ବିରୁଦ୍ଧରେ ଆଶା,ଅଙ୍ଗନୱାଡି,ପାଚିକା ମାନଙ୍କୁ ସରକାରୀ ସହାୟତା ପ୍ରଦାନରେ ବିଳମ୍ବ,ନିର୍ମାଣ ଶ୍ରମୀକଙ୍କୁ ଥଇଥାନ  ଦାବୀରେ ବ୍ଳକ ସଭା କରି ବିକ୍ଷୋଭ ପ୍ରଦର୍ଶନ କରିବା ସରକାରଙ୍କ ଜନବିରୋଦ୍ଧି ନୀତିର ସମାଲୋଚନା କରି କରିଥିଲେ।। ଜନସାଧାଣଙ୍କୁ ସରକାରଙ୍କ ଜନବିରୋଦ୍ଧି ନିତି ବରୁଦ୍ଧରେ ସ୍ବର ଉତ୍ତୋଳନ କରିବାକୁ ଆହ୍ବାନ ଦେଇଥିଲେ।

Leave a Reply

Your email address will not be published.