ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା: ସଠିକ ତଦନ୍ତ ଦାବୀ କରି ୧୨ ଘଣ୍ଟିଆ ବନ୍ଦ ଡାକରା ଡାକିଛି ଖଇରା ବୁଦ୍ଧିଜୀବି ମହଲ

 

ବାଲେଶ୍ୱର, (ନାଗରାଜ ନ୍ୟୁଜ): ଦେଢ ମାସରୁ ଊର୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ରହସ୍ୟ ଜନକ ମୃତ୍ୟୁ ଉପରୁ ପର୍ଦ୍ଦାଫାସ ହୋଇପାରିଲା ନାହିଁ । ତଦନ୍ତ ପରେ ତଦନ୍ତ ଜାରି ରହିଛି ହେଲେ ଏପପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ଲୋକଲୋଚନକୁ ଆଣିବାରେ ସକ୍ଷମ ହୋଇ ପାରୁନାହାନ୍ତି ତଦନ୍ତକାରୀ ଦଳ । ମୃତ୍ୟୁ ରହସ୍ୟର ସତ୍ୟାସତ୍ୟ ସାମ୍ନାକୁ ଆଣିବା, ପ୍ରକୃତ ଦୋଷୀକୁ ଦଣ୍ଡଦେବା ଏବଂ ଏସିଏଫ ପରିବାରକୁ ନ୍ୟାୟ ପ୍ରଦାନ କରିବା ଦାବିରେ ଆସନ୍ତାକାଲି (୦୯/୯/୨୧) ଗୁରୁବାର ସକାଳ ୬ ଘଟିକା ଠାରୁ ଦିବା ୧୨ ଘଟିକା ପର୍ଯ୍ୟନ୍ତ ବନ୍ଦ ରହିବ ଖଇରା । ସ୍ୱର୍ଗତ ମହାପାତ୍ରଙ୍କ ଜନ୍ମମାଟି ଖଇରା ବ୍ଲକ ବେଗୁନିଆ ଗ୍ରାମ ହୋଇଥିବାରୁ ଏ ଅଞ୍ଚଳର ବୁଦ୍ଧିଜୀବୀମାନେ ଏହି ବନ୍ଦ ଡାକରା ଦେଇଛନ୍ତି । ଏହାକୁ ଏହି ଅଞ୍ଚଳର ଜନସାଧାରଣ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ବୁଦ୍ଧିଜୀବୀମାନେ ନିବେଦନ କରିଛନ୍ତି । ଏଥିରେ ବ୍ଲକର ସମସ୍ତ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସ୍କୁଲ, କଲେଜ ଓ ଗାଡିମୋଟର ଇତ୍ୟାଦି ବନ୍ଦ ରହିବ ବୋଲି ଖବର ସଂଗ୍ରହରୁ ଜଣାପଡିଛି ।

Leave a Reply

Your email address will not be published.