ଖୁବ ଶୀଘ୍ର ଖୋଲିବ ସମସ୍ତ ସ୍କୁଲ: ଗଣଶିକ୍ଷା ମନ୍ତ୍ରୀ

ଭୂବନେଶ୍ବର: ଆଜିଠୁ ରାଜ୍ୟ ସରକାରଙ୍କ ଦ୍ବାରା ଅଗଷ୍ଟ ମାସର ନୂଆ ଗାଇଡଲାଇନ ଜାରୀ ହେଉଛି । ଦୀର୍ଘ ଦେଢ ବର୍ଷ ଧରି ବନ୍ଦ ରହିଥିବା ସ୍କୁଲ ଖୋଲିବାକୁ ଚିନ୍ତା କରିଛନ୍ତି ରାଜ୍ୟ ସରକାର । ଏହାସହିତ ଖୁବ୍ ଶୀଘ୍ର ରାଜ୍ୟରେ ସମସ୍ତ ସ୍କୁଲ ଖୋଲିବା ନେଇ ରାଜ୍ୟ ଶିକ୍ଷା ବିଭାଗ ଚିନ୍ତା କରୁଛି ଏବଂ କରୋନା କଟକଣା ମଧ୍ୟରେ ରାଜ୍ୟରେ ଖୁବ ଶୀଘ୍ର ସ୍କୁଲ ଖୋଲାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି । ସ୍କୁଲ ଖୋଲିଲେ ଯଧା ଶୀଘ୍ର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ଅଫଲାଇନ୍ ପାଠପଡା ଆରମ୍ଭ ହେବ ।

ଗତ ଜୁଲାଇ ୨୬ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ଅଫଲାଇନ୍ ପାଠପଢା ଆରମ୍ଭ ହୋଇଥିବା ବେଳେ ଆସନ୍ତା ଅଗଷ୍ଟ ୧୬ ତାରିଖରୁ ନବମ ଶ୍ରେଣୀ ପିଲାମାନଙ୍କ କ୍ଲାସ ଆରମ୍ଭ ହେବ ବୋଲି ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.