ଶ୍ରୀମନ୍ଦିର ଖୋଲିବା ନେଇ ସଂଙ୍କେତ, ହୋଇପାରେ ଭକ୍ତ ଭଗବାନଙ୍କ ମିଳନ

ଭୂବନେଶ୍ବର: ରାଜ୍ୟ ସରକାର ଅଗଷ୍ଟ ମାସର ଗାଇଡଲାଇନ ଜାରି କରିଛନ୍ତି । ଏଥିରେ ଶ୍ରୀମନ୍ଦିର ଖୋଲିବା ନେଇ ସଂକେତ ଦିଆଯାଇଛି । ଏହି ସଙ୍କେତ ଦୀର୍ଘ ଦିନର ବ୍ୟବଧାନ ପରେ ଭକ୍ତ ଭଗବାନଙ୍କ ମିଳନ କରିପାରେ । ନୂଆ ଗାଇଡ଼ଲାଇନ ଅନୁସାରେ, ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ନେବ । ପ୍ରଶାସନ ଉପରେ ରାଜ୍ୟ ସରକାର ନିଷ୍ପତି ଛାଡି ଦେଇଛନ୍ତି । ଏଥିପାଇଁ ୪ ତାରିଖରର ଶ୍ରୀମନ୍ଦିର ସମନ୍ୱୟ କମିଟି ବୈଠକ ବସିବ ।

ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ବରିଷ୍ଠ ସେବାୟତମାନେ ଯୋଗ ଦେବେ ବୋଲି ଜଣା ପଡ଼ିଛି । ଏହା ପରେ ହି ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିପାରେ । ତେବେ ସପ୍ତାହାନ୍ତ ଲକ୍‌ଡାଉନ ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ରହିପାରେ । ଧାଡ଼ି ଦର୍ଶନ ଉପରେ ଜୋର ଦିଆଯିବ । ଭକ୍ତଙ୍କ ପାଇଁ ମାସ୍କ, ହାତ ଧୁଆ ବାଧ୍ୟତାମୂଳକ ହୋଇପାରେ । ଭକ୍ତଙ୍କୁ କୋଭିଡ୍‌ ଟିକା ନେଇଥିବାର ପ୍ରମାଣପତ୍ର ମଧ୍ୟ ଦେବାକୁ ପଡିବ ବୋଲି କୁହାଯାଉଛି ।

Leave a Reply

Your email address will not be published.