ଦେଶର ଶ୍ରେଷ୍ଠ ୨୫ ମେଡିକାଲ କଲେଜ ମଧ୍ୟରେ ଭୂବନେଶ୍ଵର ଏମ୍ସ

ଭୂବନେଶ୍ଵର: ପ୍ରଥମ ଥର ପାଇଁ ଭୂବନେଶ୍ୱର ଏମ୍ସ ଦେଶର ଶ୍ରେଷ୍ଠ ୨୫ ମେଡିକାଲ କଲେଜ ମଧ୍ୟରେ ସ୍ଥାନ ପାଇଛି । ସ୍ୱତନ୍ତ୍ର ପୁରସ୍କାରରେ ପୁରସ୍କୃତ ହୋଇଛି ଭୁବନେଶ୍ୱର ଏମ୍ସ ମେଡିକାଲ କଲେଜ । ୩ଟି ପ୍ରମୁଖ କାରଣ ରୋଗୀ ସେବା, ବିଦ୍ୟାର୍ଥୀଙ୍କ ପ୍ରଦର୍ଶନ ଓ ଗବେଷଣା ଯୋଗୁଁ ଏମ୍ସ ଭୁବନେଶ୍ୱର ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ହୋଇ ପାରିଛି ।

ଏକ ବର୍ଷ ମଧ୍ୟରେ ଏମ୍ସକୁ ପ୍ରାୟ ଏକ ଲକ୍ଷ ରୋଗୀ ଆସିଛନ୍ତି । ଏପରିକି ଗୋଟିଏ ଦିନରେ ରୋଗୀ ସଂଖ୍ୟା ୪ ହଜାରକୁବି ଟପିଛି । ପ୍ରାୟ ୩୫୦୦ ବଡ଼ଧରଣର ଅସ୍ତ୍ରୋପଚାରକୁ ମିଶାଇ ବର୍ଷକୁ ଭୁବନେଶ୍ୱର ଏମ୍ସରେ ୫ ହଜାର ଅସ୍ତ୍ରୋପଚାର କରାଯାଇଛି । ବର୍ତମାନ ଶ୍ରେଷ୍ଠ ୨୫ ମେଡିକାଲ କଲେଜ ତାଲିକାରେ ୨୫ ତ୍ତମ ସ୍ଥାନ ଅଧିକାର କରିଛି ଭୁବନେଶ୍ୱର ଏମ୍ସ ମେଡିକାଲ କଲେଜ । ଆଗାମୀ ବର୍ଷ ବେଳେକୁ ଶ୍ରେଷ୍ଠ ୨୦ ମେଡିକାଲ କଲେଜ ତାଲିକାରେ ଭୁବନେଶ୍ୱର ଏମ୍ସ ସ୍ଥାନ ପାଇପାରି ବୋଲି ଏମ୍ସ କର୍ତ୍ତୃପକ୍ଷ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.