ଚିନ୍ତା ବଢାଉଛି ବ୍ଲାକ୍ ଫଙ୍ଗସ୍, ୫ ମୃତ

ଭୂବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ଆୟତକୁ ଆସିଥିବା ବେଳେ ଘାତକ ସାବସ୍ତ୍ୟ ହେବାରେ ଲାଗିଛି ବ୍ଲାକ୍ ଫଙ୍ଗସ୍ । ବର୍ତମାନ ସୁଦ୍ଧା ବୁର୍ଲା ଭିମସାରରେ ବ୍ଲାକ୍ ଫଙ୍ଗସ୍ ରୋଗରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଯାହା ଏବେ ନୂଆ ବିପଦ ହୋଇଛି ଛିଡା ହୋଇଛି ।

ବୁର୍ଲା ଭିମସାର କର୍ତ୍ତୁପକ୍ଷଙ୍କ ସୂଚନା ଅନୂସାରେ ଗତ ୧୦ ଦିନ ମଧ୍ୟରେ ୫ ବ୍ଲାକ୍ ଫଙ୍ଗସ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ୨ ଜଣଙ୍କର ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହେବା ପୂର୍ବରୁ ହିଁ ମୃତ୍ୟୁ ହୋଇଥିଲା । ଏବେ କେବଳ ଭିମସାରରେ ପାଖାପାଖି ୧୫ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିକିତ୍ସିତ ହେଉଛନ୍ତି । ତେବେ ସବୁଠାରୁ ବଡ କଥା ହେଲା ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହେବା ସମୟରେ ଏହାକୁ ସେତେ ମାତ୍ରାରେ ଘାତକ ବୋଲି କୁହାଯାଉନଥିବା ବେଳେ ବର୍ତମାନ ବ୍ଲକ୍‌ଫଙ୍ଗସ୍ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ବିଷୟ ପାଲଟିଛି ।

Leave a Reply

Your email address will not be published.