ଟିକାକୁ ନେଇ କେନ୍ଦ୍ର ସରକାରଙ୍କ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀରୁ ସମ୍ପୂର୍ଣ୍ଣରୂପେ ଆସ୍ୱସ୍ଥି ପାଇବାପାଇଁ ଟିକାକରଣ ଏକମାତ୍ର ମାଧ୍ୟମ । ଏପରି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତିଯେ, ଚଳିତ ବର୍ଷ ଶେଷସୁଦ୍ଧା ମୋଟ ୧୩୫ କୋଟି ଡୋଜ ଟିକା ଉପଲବ୍ଧ ହେବ ।

୨୦୨୧ ଅଗଷ୍ଟରୁ ୨୦୨୧ ଡିସେମ୍ବର ମଧ୍ୟରେ ଦେଶରେ କୋଭିଶିଲ୍ଡ ଟିକା ୫୦ କୋଟି, କୋଭାକ୍ସିନ ୪୦ କୋଟି, ବାୟୋ ଇ ସବ୍‍ ୟୁନିଟ ଟିକା ୩୦ କୋଟି ଏବଂ ଜାଇଡସ କାଡିଲା ଡିଏନଏ ଟିକା ୫ କୋଟି ଉପଲବ୍ଧ ହେବ । ତାହାସହିତ ସ୍ପୁଟନିକ ଭି ଟିକା ମଧ୍ୟ ୧୦ କୋଟି ଡୋଜ ମିଳିବ । ଖୁବଶୀଘ୍ର ଏହା ପିଲାଙ୍କର ଟିକାକରଣ ପାଇଁ ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ।

କୋଭିଡ ପରିଚାଳନା କ୍ଷେତ୍ରରେ ଅଦାଲତ ତାଙ୍କ ନିଜ ପକ୍ଷରୁ ଦାଏର କରିଥିବା ଏକ ମାମଲାରେ କେନ୍ଦ୍ର ସରକାର ଏକ ସତ୍ୟପାଠ ଜରିଆରେ ନିଜ ପକ୍ଷ ରଖି କହିଛନ୍ତି, ଜାଇଡସ କାଡିଲାର ଉକ୍ତ ଟିକାର କ୍ଲିନିକାଲ ପରୀକ୍ଷା ଶେଷ ହୋଇଛି ଓ ବୈଧାନିକ ଅନୁମୋଦନକୁ ଅପେକ୍ଷା କରାଯାଇଛି । ତାହା ମିଳିବା ପରେ ଖୁବଶୀଘ୍ର ଦେଶରେ ୧୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଟିକା ଯୋଗାଇ ଦିଆଯିବ ।

Leave a Reply

Your email address will not be published.