ରାଜଗାଙ୍ଗପୁରରେ ବିଜେଡି ବାଜିମାତ

ସୁନ୍ଦରଗଡ: ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ବ୍ଲକ ରେ ଦୁଇ ପଞ୍ଚାୟତ ରେ ବିଜେଡି ବାଜିମାତ କରିଛି। ବିଜେଡି ର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିସାନ ଓ ବିଜେଡି ରାଜଗାଙ୍ଗପୁର ବ୍ଲକ ନେତା ମାନଙ୍କ ଅକ୍ଲାନ୍ତ ପରିଶ୍ରମ ରେ କୁକୁଡ଼ାମୁଣ୍ଡା ଏବଂ ବୁଚୁକୁପଡା ସମିତି ସଭ୍ୟ ନିର୍ବାଚନ ରେ ବିଜୁ ଜନତା ଦଳ ସାମର୍ଥିତ ପାର୍ଥୀ ପୁଷ୍ଟିକା ଏକ୍କା ଏବଂ ବସନ୍ତ ଲାକ୍ର ବିଜୟୀ ହେଲେ l ଏହି ବିଜେତା ପାଇଁ ବିଜେଡି ଟାଣୁଆ ନେତା ଅମରେଶ ପଣ୍ଡା ବିଜେଡି ସଦସ୍ୟ ବସନ୍ତ ଟପ୍ପୋ, ଲୋଚନ କୁଜୁର, କମିଲ ଟପ୍ପୋ, ବୁଲେଟ ଭାଇ, ନୀଳ ଭାଇ ଏବଂ ବିଜେଡି ସମସ୍ତ ନେତୃ ବୃନ୍ଦ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Leave a Reply

Your email address will not be published.