ଶିଶୁ ଅପହରଣ ବୃଦ୍ଧିକୁ ନେଇ ଡିଜିଜିଙ୍କୁ ବିଜେପି ନେତ୍ରୀଙ୍କ ଲେଖାଶ୍ରୀଙ୍କ ଦାବିପତ୍ର ପ୍ରଦାନ


କଟକ:ରାଜ୍ୟରେ ଦିନକୁ ଦିନ ଶିଶୁ ଅପହରଣ,ଦୁଷ୍କର୍ମ ଓ ନିଖୋଜ ସଂଖ୍ୟା ବୃଦ୍ଧି ପାଉଛି।ଫଳରେ ଆଇନଶୃଙ୍ଖଳା ରାଜ୍ୟରେ ଭୁଶୁଡି ପଡିଛି। ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ପୋଲିସ ମୁଖ୍ୟାଳୟରେ ପହଞ୍ଚି ଆସି ଡିଜିପି ଙ୍କୁ ଭେଟିଛନ୍ତି । ଏହା ସହ ଏକ ସ୍ମାରକପତ୍ର ମଧ ଡିଜିପି ଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟ ରେ 4 ହଜାର 604 ଶିଶୁ ନିଖୋଜ ଥିବା ନେଇ ଏନ ସି ଆର୍ ବି ରିପୋର୍ଟ ରେ ଉଲ୍ଲେଖ ରହିଥିବା କହିଛନ୍ତି ଲେଖାଶ୍ରୀ। ତେଣୁ ଓଡ଼ିଶା ପୋଲିସ ତଦନ୍ତରେ ଶିଥିଳତା ପଡିଯାଇଥିବା ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ । ତେବେ ଆଜି ପରୀ ମୃତ୍ୟୁ ରିପୋର୍ଟ ଆସିବାକୁ ନେଇ ମଧ୍ୟ ପ୍ରବଳ ବର୍ଷିଛନ୍ତି ଲେଖାଶ୍ରୀ। ତଦନ୍ତକାରୀ ସଂସ୍ଥା ଏସ ଆଇ ଟି ର ରିପୋର୍ଟ ମୁତାବକ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଏଥିପାଇଁ ଓଡିଶା ପୋଲିସ ଅଧିକ କ୍ରିୟାଶୀଳ ହୋଇ ଏ ଦିଗରେ ତଦନ୍ତ କରୁ ବୋଲି ଦାବି କରିଛନ୍ତି ବିଜେପି ନେତ୍ରୀ। କେଉଁ କେଉଁ ଜିଲ୍ଲାରେ କେତେ ଜଣ ଶିଶୁଙ୍କୁ ଅପହରଣ ଓ ନିଖୋଜ ହୋଇଛନ୍ତି ଏବଂ ପୋଲିସ୍ ବିଭାଗ କେତେ ଜଣ ଶିଶୁଙ୍କୁ ଉଦ୍ଧାର କରିଛନ୍ତି ସେ ବିଷୟରେ ରାଜ୍ୟ ସରକାର ରାଜ୍ୟବାସୀଙ୍କ ସମ୍ମୁଖରେ ପ୍ରକାଶ କରିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର।

Leave a Reply

Your email address will not be published.