ଅବାସ ଯୋଜନା ଦୂର୍ନିତୀ ପ୍ରତିବାଦରେ ବାରଙ୍ଗ ବ୍ଳକରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ବାରଙ୍ଗ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟପକ ଅନିୟମିତା ପ୍ରତିବାଦରେ  ବାଙ୍କୀ ବିଜେପି ନେତା ସୁଭ୍ରାଂଶୁମୋହନ ପାଢୀଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ବାରଙ୍ଗ ବ୍ଲକ ସମ୍ମୁଖରେ ବି‌‌କ୍ଷୋଭ ପ୍ରଦର୍ଶନ କରିବା ସହିତ ବାରଙ୍ଗ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ କଟକ ଜିଳ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ଦରିଦ୍ର ଲୋକଙ୍କ ପାଇଁ କରିଥିବା ଯୋଜନାକୁ ରାଜ୍ୟ ବିଜେଡି ସରକାରର ଓ ତାଙ୍କ କର୍ମୀମାନେ ବାଟମାରଣା କରି ନିଜର କର୍ମୀମାନଙ୍କୁ ବାଣ୍ଟିଛନ୍ତି। ଫଳରେ ଦରିଦ୍ର ଓ ଯୋଗ୍ୟ ହିତାଧିକାରୀମାନେ  ପକ୍କା ଘର ପାଇବାରୁ ବଞ୍ଚିତ ହୋଇଛନ୍ତି , ଏହି ଦୂର୍ନିତୀର ତଦନ୍ତକରି ଦୋଷିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ସହିତ ଯୋଜନାର ସୁଫଳ କିଭଳି ଯୋଗ୍ୟ ହିତାଧିକାରୀ ପାଇପାରି ସେଥିଲାଗି ଦାବି କରାଯାଇଛି।  ନିଆଳି ନିର୍ବାଚନ ମଣ୍ଡଳୀର ବିଜେପି ନେତା ଛବି ମଲ୍ଲିକ, ରାଜ୍ୟ କୃଷକମୋର୍ଚା ସଂଯୋଜକ ଅଜୟ କୁମାର ସ୍ୱାଇଁ, ଯୁବ ନେତା ତଥା ରାଜ୍ୟ କୃଷକ ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀ, ବ୍ଲକ ଉପାଧ୍ୟାକ୍ଷା  ସୁମିତ୍ରା ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅଜୟ ମୁଦୁଲି, ବେଲଗଛିଆ ସମିତିସଭ୍ୟ ଭୂପତି ଭୂଷଣ ପାଣି, ବାରଙ୍ଗ ମଣ୍ଡଳ ସଭାପତି ପ୍ରଭାତ ମହାପାତ୍ର,ପୂର୍ବତନ ସଭାପତି ପ୍ରଭାସ ରାଉତ, ଧୀରେନ୍ଦ୍ର ବାରିକ, ପ୍ରମୋଦ ବିଶୋଇ, ଦିପକ କୁମାର ସ୍ବାଇଁ, ସୁଭୟ ସାହୁ,ଗୋବିନ୍ଦ ସ୍ବାଇଁ, ବୁଲୁ ସ୍ବାଇଁ,ନଳିନୀ ରାୟ, ଜିଲ୍ଲା ସମ୍ପାଦକ ରାଜକିଶୋର ସ୍ୱାଇଁ,ସମବାୟ ସେଲ ନିଆଳି ସଂଯୋଜକ ବନ୍ଧୁଚରଣ ସାହୁ,ସନ୍ତୋଷ ଷଡଙ୍ଗୀ ପ୍ରମୂଖ ବିଜେପି ନେତା କର୍ମୀମାନେ ସାମିଳ ଥିଲେ।

 

 

 

 

Leave a Reply

Your email address will not be published.