ଆଜି ଭର୍ଚୁଆଲ ମାଧ୍ୟମରେ ରଥଯାତ୍ରା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ସ୍ଥିତି ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ ଆଜି ଭର୍ଚୁଆଲ ମାଧ୍ୟମରେ ରଥଯାତ୍ରା ପ୍ରସ୍ତୁତି ପଚାରି ବୁଝିବେ ବୋଲି କୁହାଯାଉଛି । ରଥ ନର୍ମାଣଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ଯାଏ ବିଭାଗୀୟ ମନ୍ତ୍ରୀ ଓ ଦାୟିତ୍ବଧାରୀ ଅଧିକାରୀଙ୍କଠାରୁ ପଚାରି ବୁଝିବେ ବୋଲି ସୂଚନା ମିଳିଛି । ଆଜିର ଭର୍ଚୁଆଲ ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ସଚିବ, ବିଭିନ୍ନ ବିଭାଗୀୟ ସଚିବଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହିବେ ।

ସୂଚନାନୁସାରେ, କରୋନା ମହାମାରୀ ପାଇଁ ଦୁଇବର୍ଷ ହେବେ ବିନା ଭକ୍ତ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେଉଛି । ତେବେ ପ୍ରତି ଓଡିଆଙ୍କ ଭାବର ଠାକୁରଙ୍କ ରଥଯାତ୍ରାର ପ୍ରସ୍ତୁତି ପର୍ଯ୍ୟାୟ ଚୂଡାନ୍ତରେ ପହଞ୍ଚିଛି । ବିନ ଭକ୍ତରେ ହେଉଥିବା ଘୋଷଯାତ୍ରାର ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନକୁ ସମସ୍ତ ଦାୟିତ୍ହ ନ୍ୟସ୍ତ କରାଯାଇଛି । ସେହି ଦାୟିତ୍ବର ସ୍ଥିତି ଓ କଟକଣା ବାବଦରେ ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply

Your email address will not be published.