ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ଘୋଷିତ

ଭୁବନେଶ୍ୱର,(ନାଗରାଜ ନ୍ୟୁଜ): ପ୍ରକାଶ ପାଇଲା +୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ । ବିଜ୍ଞାନରେ ୯୪.୧୨ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ବାଣିଜ୍ୟରେ ୮୯ ପ୍ରତିଶତ ରେଜଲ୍ଟ ହୋଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । କଳାର ଫଳାଫଳ ଅଗଷ୍ଟ ୮ରେ ପ୍ରକାଶ ପାଇବ । ବିଜ୍ଞାନରେ ମୋଟ ୭୬,୬୦୪ ଜଣ ପିଲା ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୭୨,୧୦୬ ଜଣ ପାସ୍‌ କରିଛନ୍ତି । ପୁଅଙ୍କ ମଧ୍ୟରୁ ୪୫,୫୮୭ ଜଣ ପାସ୍‌ କରିଥିବା ବେଳେ ପୁଅଙ୍କ ପାସ୍‌ ହାର ୯୩.୮୦ ପ୍ରତିଶତ ରହିଛି । ସେହିପରି ଝିଅଙ୍କ ମଧ୍ୟରୁ ୩୨,୫୧୯ ପାସ୍‌ ହୋଇଥିବା ବେଳେ ଝିଅଙ୍କ ପାସ୍‌ ହାର ୯୪.୫୨ ପ୍ରତିଶତ ରହିଛି । ଛାତ୍ରଛାତ୍ରୀମାନେ www.orissaresults.nic.in ରେ ରେଜଲ୍ଟ ଦେଖି ପାରିବେ । ଅପରାହ୍ନ ୫ଟା ସମୟରେ ଛାତ୍ରଛାତ୍ରୀମାନେ ନିଜର ରୋଲ୍‌ ନମ୍ୱର ଦେଇ ପରୀକ୍ଷା ଫଳ ଜାଣିପାରିବେ ।

Leave a Reply

Your email address will not be published.