ସିଡିଏର ରାସ୍ତା ଉଚ୍ଛେଦ ପ୍ରତିବାଦରେ ଆନ୍ଦୋଳନ


ବାରଙ୍ଗ :ନରଣପୁର ମୌଜାର ବହୁ ମୂଲ୍ୟ ସମ୍ପତି କୁ ଚଞ୍ଚକତା କରି ସାଗ ମାଛ ଦରରେ ଏକ ବିଲୁଡ଼ରକୁ ଟେକି ଦେଇଛି ସିଡିଏ । ଏପରିକି ରାସ୍ତାଟିର ଗୋଚର ଜମି ଉପରେ ଥିବା ସାଧାରଣ ଜନତାଙ୍କ ଗମନା ଗମନ ରାସ୍ତାକୁ ପୁଲିସ ଫୋର୍ସ ଠିଆ କରି ଜେସିବି ମେସିନ ଲଗାଇ ତାଡି ଦେଲା। ଏବେ ଲୋକମାନେ କିଭଳି ଯାତାୟତ କରିବେ ସେମାନଙ୍କ ଗୋରୁ ଗାଈ କିଭଳି ଯାତାୟତ କରିବେ । ରାସ୍ତା ଛାଡିବା ପ୍ରତିବାଦରେ ଧାରଣାରେ ବସିଲେ ଗମନା ଗମନ ବାଧାପ୍ରାପ୍ତ ହୋଇଥିବା ପରିବାର। ମୁଖ୍ୟ ମନ୍ତ୍ରୀ ସେମାନଙ୍କ ଗୁହାରି ଶୁଣି ବ୍ୟବସ୍ଥା ନ କରିବା ପର୍ଯ୍ୟନ୍ତ ଅନଶନରେ ବସିରହିବାକୁ ଚେତାବନୀ ଦେଇଛନ୍ତି ନିର୍ମିଳ ସାହୁଙ୍କ ସମେତ ଆନ୍ଦୋଳନକାରୀମାନେ।

Leave a Reply

Your email address will not be published.