ଲଘୁଚାପ ପ୍ରଭାବରେ ୩ ଦିନ ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୂବନେଶ୍ବର: (ନାଗରାଜ ନ୍ୟୂଜ୍)ଲଘୁଚାପ ପ୍ରଭାବରେ ଓଡିଶାରେ ୨-୩ ଦିନ ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପଶ୍ଚିମବଙ୍ଗ ଉପକୂଳ ଓ ଓଡ଼ିଶା ମୁହାଁ ହୋଇଥିବା ସୂଚନା ରହିଛି। ଯାହାଫଳରେ ମୌସୁମୀ ଓ ଲଘୁଚାପ ପ୍ରଭାବ ଯୋଗୁଁ ସୋମବାର ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଭଳି ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ସେହିଭଳି ମାଲକାନଗିରି, ଅନୁଗୁଳ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଢେଙ୍କାନାଳ, ଯାଜପୁର, କଟକ, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଆଜି ପାଇଁ ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ସାରା ରାଜ୍ୟରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ୧୪ ଓ ୧୫ ତାରିଖରେ ଅନେକ ପ୍ରବଳ ବର୍ଷା ହୋଇପାରେ । ସୂଚନାଯୋଗ୍ୟ, ଗତକାଲି ଟ୍ଵିନ୍‌ସିଟିରେ ରାତି ସାଢେ ୮ଟା ସୁଦ୍ଧା ୩୭ ମିଲିମିଟର ବର୍ଷା ହୋଇଛି ।

 

Leave a Reply

Your email address will not be published.