ଜର୍ମାନୀରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ବିପୁଳ ସମର୍ଥନ

ନୂଆଦିଲ୍ଲୀ: ଜର୍ମାନୀରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ବିପୁଳ ସମର୍ଥନ ମିଳିଛି । ସୂଚନା ଅନୁଯାୟୀ କରୋନା ମହାମାରୀ ମଧ୍ୟରେ ବ୍ରିଟେନରେ ଜାରି ୭ଟି ଦେଶର ସମ୍ମିଳନୀକୁ ଭର୍ଚ୍ୟୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସମ୍ବୋଧିତ କରିଛନ୍ତି । ଏହି ସମ୍ମିଳନୀରେ ମୋଦୀ ବିଶ୍ୱକୁ ‘ୱାନ ଆର୍ଥ, ୱାନ ହେଲ୍‌ଥ’ ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ଜର୍ମାନୀର ଚାନସେଲର ଏଜେଲା ମର୍କେଲ ବିଶେଷ କରି ସମର୍ଥନ ଜଣାଇଛନ୍ତି ।

 ୨୦୨୧ର ଜି୭ ସମ୍ମିଳନୀରେ ଭାରତ ବ୍ୟତୀତ କୋରିଆ ଓ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ଅତିଥି ଦେଶ ଭାବରେ ଆମନ୍ତ୍ରିତ କରାଯାଇଥିଲା । ଜି-୭ରେ ଆମେରିକା, ଫ୍ରାନ୍ସ, କାନାଡା, ବ୍ରିଟେନ, ଜର୍ମାନୀ, ଜାପାନ ଓ ଇଟାଲୀ ଅଛି । ଏହିସବୁ ଦେଶ ଭିନ୍ନ ସମୟରେ ସମ୍ମିଳନୀର ଆୟୋଜନ କରିଥାନ୍ତି । ସମ୍ମିଳନୀର ଅଧ୍ୟକ୍ଷତା କରି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଯେ, ଗତ ବର୍ଷ ମହାମାରୀ ପରେ ପ୍ରଥମ ଥର ପାଇଁ ବଡ଼ ଆୟୋଜନ ହୋଇଛି । 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଏ ସଂକ୍ରାନ୍ତ ବିବୃତିରେ ଉଲ୍ଲେଖ ଅଛି ଯେ, ଭାରତରେ କୋଭିଡ୍‌-୧୯ର ଦ୍ବିତୀୟ ପ୍ରବାହ ସମୟରେ ସହାୟତା ପ୍ରଦାନ କରିଥିବା ଜି୭ ସଦସ୍ୟ ରାଷ୍ଟ୍ର ଓ ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କୁ ‘ଭର୍ଚ୍ୟୁଆଲ୍‌ ମୋଡ୍‌’ରେ ଆୟୋଜିତ ପ୍ରଥମ ‘ଆଉଟ୍‌ରିଚ୍‌’ ଜି୭ ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବରୁ ଏହି ସମ୍ମିଳନୀରେ ଭାରତ ସରକାରଙ୍କ ୩ ଜଣ ମନ୍ତ୍ରୀ ନିଜର ମନ୍ତ୍ରାଳୟ ଅନୁସାରେ ଅଂଶଗ୍ରହଣ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଓ ଇଲେକଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ଅଂଶଗ୍ରହଣ କରିଥିଲେ ।  

Leave a Reply

Your email address will not be published.