ଆଜିଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମ ପାଠପଢ଼ା ଆରମ୍ଭ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ଆଜିଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀର କ୍ଲାସରୁମ ପାଠପଢ଼ା ଆରମ୍ଭ ହେଉଛି । ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଶିକ୍ଷାଦାନ ସମୟ ସକାଳ ୯.୩୦ ରୁ ୧.୦୦ ପର୍ଯ୍ୟନ୍ତ ରହିବ । ସେଥିପାଇଁ ସ୍କୁଲଗୁଡିକ ବିଶୋଧନ କରିବା ସହିତ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଛି । ତେବେ ଏହି ବାବଦରେ ପୂର୍ବରୁ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍ଥିତି ଯାଞ୍ଚ କରିବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା ।

ଅଷ୍ଟମରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ କ୍ଲାସ କରିବା ପାଇଁ ଅନୁସରଣ କରାଯାଉଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି (ଏସଓପି) ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ପ୍ରଯୁଜ୍ୟ ହେବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଛାତ୍ରମାନଙ୍କୁ ସେମାନଙ୍କ ପିତାମାତାଙ୍କ ପରାମର୍ଶରେ ଅନଲାଇନ କିମ୍ବା ଅଫଲାଇନ ମୋଡ କ୍ଲାସରେ ଯୋଗଦେବାକୁ ଅନୁମତି ଦିଆଯିବ । ଏହା ବ୍ୟତୀତ ହଷ୍ଟେଲଗୁଡିକ ଖୋଲିବାକୁ ଅନୁମତି ଦିଆଯାଇଛି ।

Leave a Reply

Your email address will not be published.