କ୍ୟାପିଟାଲ ହସ୍ପିଲାରେ କରୋନା ଆତଙ୍କ, ୩୦ରୁ ଅଧିକ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଲାରେ କରୋନା ଆତଙ୍କ ସୃଷ୍ଟି ହୋଇଛି । ୩୦ରୁ ଅଧିକ କର୍ମଚାରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଡାକ୍ତର ଓ ନର୍ସଙ୍କ ସହିତ ଅନ୍ୟ କର୍ମଚାରୀମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ନିର୍ଦ୍ଦେଶକଙ୍କ କହିବା ଅନୁସାରେ, ସେହିପରି କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଡାକ୍ତର ଓ କର୍ମଚାରୀମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତମାନେ ସମସ୍ତେ ସଙ୍ଗରୋଧରେ ରହିଛନ୍ତି । ସେହିପରି ରୋଗୀ ସେବା ବାଧାପ୍ରାପ୍ତ ହେବାର ନାହିଁ । ଯେଉଁ ବିଭାଗର ଡାକ୍ତର ଏବଂ କର୍ମଚାରୀମାନେ ସଂକ୍ରମିତ ହେବେ ସେମାନେ ସଙ୍ଗରୋଧରେ ରହିବେ । ସେମାନଙ୍କ କାମ ଅନ୍ୟମାନଙ୍କ ଦ୍ୱାରା କରାଯାଉଛି । କେବଳ ଜରୁରୀ ଅପରେସନ କରାଯିବ । ମାତ୍ର ସଂକ୍ରମଣ ରୋକିବାକୁ ଅଧିକ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published.