ସିଲ ହେଲା କୋଚିଂ ସେଣ୍ଟର

କଟକ, (ନାଗରାଜ ନ୍ୟୁଜ): ସିଲ ହେଲା କୋଚିଂ ସେଣ୍ଟର । କୋଭିଡ ନିୟମ ଭାଙ୍ଗି ଛାତ୍ରଛାତ୍ରୀଙ୍କୁ କୋଚିଂ ଦେବା ପଡିଲା ମହଙ୍ଗା । ଲିଙ୍କ ରୋଡ଼ ସ୍ଥିତ ଏଆର କ୍ରିଏସନ କୋଚିଂ ସେଣ୍ଟର କୋଭିଡ ନିୟମ ଉଲଂଘନ କରିବା ଅଭିଯୋଗରେ ଉକ୍ତ ସେଣ୍ଟରକୁ ସିଲ କରିଛି କଟକ ମହାନଗର ନିଗମ ।

ତେବେ କୋଭିଡର ତୃତୀୟ ଲହର ମଧ୍ୟରେ ସବୁ ଶିକ୍ଷାନୁଷ୍ଠାନକୁ ଅନର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । କିନ୍ତୁ ଏହି ଘୋଷଣାକୁ ଆଖି ଠାର ମାରି କୋଚିଂ ସେଣ୍ଟରେ ଅନେକ ଛାତ୍ରଛାତ୍ରୀଙ୍କୁ ନେଇ ପାଠ ପଢ଼ା ଯାଉଥିଲା। ଯାହାର ସୂଚନା ପାଇ ସେଣ୍ଟରକୁ ସିଲ କରିବା ସହ କର୍ତ୍ତୃପକ୍ଷଙ୍କୁ ତାଗିଦ ମଧ୍ୟ କରିଛି ସିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ।

Leave a Reply

Your email address will not be published.