ଜାନୁଆରୀ ୨୬ ପାଳନ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ

ବାଙ୍କୀ,( ନାଗରାଜ ନ୍ୟୁଜ): ବାଙ୍କୀ ସଦର ମହକୁମାରେ ଆସନ୍ତା ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଉପ-ଜିଲ୍ଲାପାଳ ରଂଜନ କୁମାର ଜେନା ଓ.ପ୍ର.ସେ ବରିଷ୍ଠ ବର୍ଗଙ୍କ ଅଧ୍ୟକ୍ଷତାରେରେ ବୈଠକ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ବୈଠକର ପ୍ରାରମ୍ଭରେ ସଭାପତି ଜେନା ସମସ୍ତ ସଭ୍ୟ ଓ ସଭ୍ୟାମାନଙ୍କୁ ସ୍ୱାଗତ ଜଣାଇବା ସଙ୍ଗେ ସଙ୍ଗେ କରୋନା ମହାମାରୀରେ ସମଗ୍ର ବିଶ୍ୱ ଜର୍ଜରିତ ଥିବାବେଳେ ଚଳିତବର୍ଷ ସାଧାରଣତନ୍ତ୍ର ଦିବସକୁ ନିରାଡ଼ମ୍ବର ଭାବରେ କୋଭିଡ-୧୯ କଟକଣା ଅନୁଯାୟୀ ପାଳନ କରାଯିବା ପାଇଁ ସ୍ଥିର କରାଗଲା ।

ଏହି ପରିପ୍ରେକ୍ଷୀରେ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ବାଙ୍କୀ କଚେରୀ ପଡିଆଠାରେ ୮.୪୫ମି ସମୟରେ ଅନୁଷ୍ଠିତ ହେବ । ୪.୩୦ ମିନିଟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସହର ମଧ୍ୟରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ରାମଧୁନ ପ୍ରଚାର କରାଯିବ । ସକାଳ ୭ଘଟିକା ସମୟରେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପ୍ରଣ କରାଯିବ । ସକାଳ ୭.୩୦ ମିନିରେ ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସକାଳ ୮.୪୫ ମିନିଟ ସମୟରେ ମୁଖ୍ୟ ଅତିଥି ତଥା ଉପଜିଲ୍ଲାପାଳ ରଂଜନ କୁମାର ଜେନା ବାଙ୍କୀ କଚେରୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପୋଲିସ ବାହିନୀ ଦ୍ୱାରା ଜାତୀୟ ପତାକାକୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ । କୋଭିଡ ଯୋଦ୍ଧାଙ୍କୁ ସମର୍ଦ୍ଧିତ କରିବା ନେଇ ବୈଠକରେ ଉପ-ଜିଲ୍ଲାପାଳଙ୍କ ସମେତ ସମିତି ସଭ୍ୟମାନେ ଆଲୋଚନା କରିଥିଲେ । କୋଭିଡ ସମୟରେ ଡାକ୍ତର, ନର୍ସ, ଆଶା, ପୋଲିସ କର୍ମଚାରୀ, ଅଙ୍ଗନବାଡି,ଓ ସଫେଇ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧା ବିବେଚିତ କରି ସମ୍ମାନୀତ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ତହସିଲଦାର ବାଙ୍କୀ ସତ୍ୟରଞ୍ଜନ ପଣ୍ଡା, ବାଙ୍କୀ ସବଜେଲ ସୁପେରିନଟେଣ୍ଡେଣ୍ଟ ଅଶୋକ କୁମାର ବେହେରା, ଉପଖଣ୍ଡ ଚିକିତ୍ସାଳୟ ପରିଚାଳକ ଶଶିକାନ୍ତ ମିଶ୍ର ଓ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ । କାଳି ଚରଣ ତ୍ରିପାଠୀ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ୟ୍ୟକ୍ରମ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.