କଟକରୁ ନକଲି ଫାଭିପିରାଭିର ମେଡିସିନ ଜବତ


କଟକ : କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବା ସମୟରେ ସିଲ୍‌ଭର ସିଟି କଟକରୁ ଜବତ ହେଲା ନକଲି ଫାଭିପିରାଭିର୍‌ ମେଡିସିନ୍‌। କଟକ କନିକା ଛକରେ ଥିବା ଏକ ମେଡିସିନ ଷ୍ଟୋରରୁ ଏହି ମେଡିସିନ୍‌ ଜବତ ହୋଇଛି । ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍‌ ଚଢ଼ଉ କରି ୧୭ ହଜାର ଫାଭିପିରାଭିର୍‌ ଟାବଲେଟ ଜବତ କରିଛି।

କନିକା ଛକରେ ଏହି ମେଡିସିନ ଷ୍ଟୋରରେ ନକଲି ଫାଭିପିରାଭିର୍‌ ମେଡିସିନ୍‌ ବିକ୍ରି ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍‌ ଚଢ଼ଉ କରିଥିଲା। ଉକ୍ତ ମେଡିସିନ୍‌ ଷ୍ଟୋରରୁ ୧୭୦ ପେଟି ଭର୍ତ୍ତି ଫାଭିପିରାଭିର୍‌ ମେଡିସିନ୍‌ ଜବତ ହୋଇଛି। ସେଥିରେ ୧୭ ହଜାର ଟାବଲେଟ ଥିବା ଜଣାପଡ଼ିଛି।  ୬୯ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ । ହୋଲସେଲର ବିରୋଦ୍ଧରେ ଡ୍ରଗ ଆଣ୍ଡ କସମେଟିକ ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published.